BREAKING
Loading...
:

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ କାଠ ପ୍ରେରଣ

 ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ କାଠ ପ୍ରେରଣ




ଖଣ୍ଡପଡ଼ା (ମଣିଭଦ୍ରା ଖବର) ପ୍ରଭୂ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ନିର୍ମାଣ ନିମନ୍ତେ ଖଣ୍ଡପଡା ଅଞ୍ଚଳରୁ ନଅଟି ଆମ୍ବ ଗଛର ଗଣ୍ଡି ଭୁବନେଶ୍ୱର ପଠାଯାଇଛି l ଖଣ୍ଡପଡା ବନ ବିଭାଗ ପକ୍ଷରୁ କିଆଝର ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ପରିସର ଏବଂ ଖଣ୍ଡପଡା ସହରାଞ୍ଚଳରୁ ଚି଼ହ୍ନଟ ହୋଇଥିବା ଆମ୍ବ ଗଛ ଗୁଡିକୁ କଟାଯାଇ ସ୍ୱତନ୍ତ୍ର ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା ଗୁରୁବାର କରାଯାଇ ଥିଲା l ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଡେପୁଟି ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ, ଅତିରିକ୍ତ ତହସିଲଦାର ଲଷ୍ମୀକାନ୍ତ ମଲ୍ଲିକ, ସିଂଘାପଡା ବନପାଳ ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ଅନ୍ୟନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି କାଠ ଗଣ୍ଡି ଗୁଡିକୁ ଭୁବନେଶ୍ୱର ସ୍ଥିତ ପ୍ରଭୂ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ଖଳାକୁ ପଠା ଯାଇଥଲା l ପ୍ରକାଶ ଥାଉ କି ପ୍ରତି ବର୍ଷ ରୁକୁଣା ରଥ ନିମନ୍ତେ ଖଣ୍ଡପଡା ଅଞ୍ଚଳରୁ ଆମ୍ବ ଗଛ ପଠା ଯିବାର ପରମ୍ପରା ପ୍ରଚଳିତ ହୋଇ ଆସୁଅଛି l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,


ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS