BREAKING
Loading...
:

ନୂତନ ଶିକ୍ଷା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

 ନୂତନ ଶିକ୍ଷା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା




ଗଣିଆ ୦୧/୦୩(ମଣିଭଦ୍ରା ଖବର) ଗଣିଆ ଶିକ୍ଷା ବିଭାଗରେ ଦୀର୍ଘ ଦିନ ହେବ ବ୍ଳକ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିଲା । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ୯ଟି ସ୍ଥାନରେ ସୋମବାର ନୂତନ ବ୍ଳକ ଶିକ୍ଷା ଅଧିକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ଗଣିଆ ରେ ଆଜି ନୂତନ ବ୍ଳକ ଶିକ୍ଷା ଅଧିକାରୀ ଭାବରେ ରବିନ୍ଦ୍ର କୁମାର ରାଉତରାୟ ଯୋଗ ଦେଇଛନ୍ତି । ତାଙ୍କୁ ବିଭାଗ ପରିସରରେ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ରବିନ୍ଦ୍ର କୁମାର ବେହେରା, ପ୍ରଫୁଲ୍ଲ କୁମାର ମିଶ୍ର, ସମସ୍ତ କିରାଣୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ରାଉତରାୟ ଗଣିଆରେ ବିଆରସିସି ଭାବରେ ଦୀର୍ଘ ଦିନ କାର୍ଯ୍ୟ କରିଥିବାରୁ ସମସ୍ତଙ୍କ ସହିତ ପରିଚିତ ଅଛନ୍ତି । ତେଣୁ ଆଗାମୀ ଦିନରେ ବିଭାଗକୁ ସୂଚାରୁରୂପେ ପରିଚାଳନା କରିପାରିବେ ବୋଲି ଆଲୋଚନା ହେଉଛି । 


ରିପୋର୍ଟ ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS