BREAKING
Loading...
:

ବଧୂ ହତ୍ୟା ଅଭିଯୋଗରେ ଫାଣ୍ଡି ଘେରାଉ l

 ବଧୂ ହତ୍ୟା ଅଭିଯୋଗରେ ଫାଣ୍ଡି ଘେରାଉ l



ଖଣ୍ଡପଡ଼ା (ମଣିଭଦ୍ରା ଖବର)ଖଣ୍ଡପଡା ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ଗ୍ରାମରେ ବଧୂ ହତ୍ୟା ଅଭିଯୋଗରେ ଜଗନ୍ନାଥ ପ୍ରସାଦ ଫାଣ୍ଡି ଆଗରେ ଶବ ରଖି ପରିବାର ଲୋକେ ଧାରଣା ଦେବାକୁ ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ଫତେଗଡ଼ ଥାନା ଅଧୀନ କେଶରସିଂ ଗ୍ରାମର ରାଜକିଶୋର ଜେନାଙ୍କ ଝିଅ ପୂଜା ଜୁରାସିଂ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଅଧୀନ କାଦୁଆ ଗ୍ରାମର ଫକୀର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ଜୁରାସିଂଙ୍କୁ ଗତ ଚାରି ବର୍ଷ ତଳେ ବିବାହ କରିଥିଲେ l ତେବେ jautନିର୍ଯାତନା ଦେଇ ପୂଜାକୁ ବିଷ ପିଆଇ ହତ୍ୟା କରିଥିବା କଥା ପରିବାର ଲୋକ ଅଭିଯୋଗ କରିଛନ୍ତି l ଗତ କାଲି ରାତିରୁ ପରିବାର ଲୋକେ ଶବକୁ ଫାଣ୍ଡି ସମ୍ମୁଖରେ ରଖି ଧାରଣା ଦେଇଛନ୍ତି l ଅନ୍ୟ ପକ୍ଷେ ଫତେଗଡ଼ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ସ୍ୱାମୀ ଜିତେନ୍ଦ୍ରଙ୍କୁ ଅଟକ ରଖି ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS