ଖଣ୍ଡପଡାରେ ନୂତନ ତହସିଲଦାରଙ୍କ ଯୋଗଦାନ l
ଖଣ୍ଡପଡ଼ା (ମଣିଭଦ୍ରା ଖବର)ଖଣ୍ଡପଡା ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଲିପ୍ସା ରାୟ ଶନିବାର କାର୍ଯ୍ୟରେ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏଥି ପୂର୍ଵରୁ ଶ୍ରୀମତୀ ରାୟ ଟାଙ୍ଗୀ - ଚୌଦ୍ୱାରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ ରତ ଥିଲେ l ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଅତିରିକ୍ତ ତହସିଲଦାର ଲଷ୍ମୀକାନ୍ତ ମଲ୍ଲିକ ପ୍ରମୁଖ ନୂତନ ତହସିଲଦାରଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇ ଥିଲେ l ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହ ଆଲୋଚନା ବେଳେ ତହସିଲଦାର ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇବାକୁ ପ୍ରାଥମିକତା ଦେବେ ବୋଲି ସାକ୍ଷାତକାରରେ ପ୍ରକାଶ କରିଥିଲେ l
ରିପୋର୍ଟ ସଂଗ୍ରାମ କେଶରୀ ଦେଓ, ଖଣ୍ଡପଡ଼ା
Post a Comment