ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ଚରମ ଅବହେଳା,ଦାୟୀ କିଏ ?
ନୂତନ ସ୍ଵାସ୍ଥ୍ୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି।
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ କୁ ସରକାର ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀ କରିବା ସତ୍ତ୍ଵେ ବଲାଙ୍ଗୀର ଜିଲ୍ଲା ପରି ଦାଦନ ପ୍ରବଣ ଅଞ୍ଚଳର ଟିଟିଲାଗଡ ସବ ଡିଭିଜନାଲ ସରକାରୀ ଡାକ୍ତର ଖାନା ର ଅବ୍ୟବସ୍ଥା ନେଇ ବାରମ୍ୱାର ଚର୍ଚ୍ଚା ର ପରିସର ହୋଇ ରହିଛି। ଏହି ଡାକ୍ତରଖାନା ଅବ୍ୟବସ୍ଥା କୁ ନେଇ ବିଭିନ୍ନ ମହଲରୁ ଦାବୀ ହୋଇ ଆସୁଥିବା ସତ୍ତ୍ବେ କୌଣସି ସୁଫଳ ମିଳି ପାରୁ ନାହିଁ। ବିଶେଷ ଦ୍ରଷ୍ଟବ୍ୟ ଯେ, ବହିର୍ବିଭାଗ ରେ ଜଣେ ଡ଼ାକ୍ତର ଥିବା ଓ ରୋଗୀ ଙ୍କ ଲମ୍ବା ଧାଡ଼ି ଲାଗିଥିବା ତଥା ଗୁରୁତର ଆକ୍ରାନ୍ତ ଆମ୍ବୁଲାନ୍ସ ଯୋଗେ ଆସିବା ଓ ଡାକ୍ତର ଖାନା ରେ ଭର୍ତ୍ତି ଥିବା ରୋଗୀ ଗୁରୁତର ଅବସ୍ଥା ପାଇଁ ଡାକ୍ତର ଙ୍କୁ ଡାକିବା ନେଇ କିଭଳି ଦୁର୍ବିସହ ଅବସ୍ଥା ସୃଷ୍ଟି ହଉଥିବ ତାହା ସହଜେ ଅନୁମେୟ। ଅତ୍ୟନ୍ତ ଶୋଚନୀୟ ଭାବେ ଏହି ସ୍ବାସ୍ଥ୍ୟ ବ୍ୟବସ୍ଥା ରହିଥିବା ବେଳେ ଏବେ ମାତ୍ର ଚାରିଜଣ ଡାକ୍ତର କାର୍ଯ୍ୟରତ ରହିଛନ୍ତି। ଉକ୍ତ ଡାକ୍ତର ଙ୍କ ମଧ୍ୟରୁ ଜଣେ ପରେ ଜଣେ ଡିୟୁଟି ରେ ରହିବା ଧାର୍ଯ୍ୟ ଥିବା ବେଳେ ରୋଗୀ ଙ୍କ ଅବସ୍ଥା ଭଗବାନ ଭରଷାରେ ଚାଲିଛି। ଏହି ଡାକ୍ତର ଖାନା ଏସ ଡି ଏମ ଓ ଦାୟୀତ୍ବ ରେ ଥିବା ପ୍ରଦିପ ନାଏକ ବହିର୍ବିଭାଗ ରେ ବସିବା ବଦଳ ରେ ନିଜ ସରକାରୀ ବାସ ଭବନ ରେ ଚିକିତ୍ସା ରେ ବ୍ୟସ୍ତ ରହିବା ଅଭିଯୋଗ ହୋଇଛି । ସରକାରୀ ନିୟମାନୁଯାୟୀ ଡାକ୍ତର ଖାନା ପରିସର ରେ ନିଜ ସରକାରୀ ବାସ ଭବନ ରେ ରୋଗୀ ଦେଖିବା ବେଆଇନ୍ ହୋଇଥିବା ବେଳେ ତାହାର ଖୋଲା , ଖୋଲି ଉଲ୍ଲଂଘନ କରାଯାଇ ଆସୁଛି।
ସର୍ବନିମ୍ନ ସ୍ଵାସ୍ଥ୍ୟ ସେବା ଯଦି ଏଭଳି ସହର ରେ ସାଧାରଣ ଲୋକେ ନ ପାଇବେ ତେବେ ଉପାନ୍ତ ଅଞ୍ଚଳରେ କିଭଳି ଦୁର୍ବିସହ ଅବସ୍ଥା ଗୁରୁତର ରୋଗୀ ଭୋଗ କରୁଥିବେ ତାହା ସରକାର ଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏହି ସମସ୍ୟା ପାଇଁ ଦାୟୀ କିଏ, ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଅବା ବିଭିନ୍ନ ଦଳୀୟ ନେତୃବୃନ୍ଦ ନାଁ ବିଭାଗୀୟ ବରିଷ୍ଟ ଅଧିକାରୀ ନାଁ ସ୍ଥାନୀୟ ସାଧାରଣ ଲୋକେ?
ଏ ଦିଗରେ ତୁରନ୍ତ ନୂତନ ଭାବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଦାୟୀତ୍ବ ଗ୍ରହଣ କରିଥିବା ମନ୍ତ୍ରୀ ନିଜେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଜନସେବା ସଂଘ ପକ୍ଷରୁ ଲିଖିତ ପତ୍ର ପ୍ରେରଣ କରାଯାଇଛି ।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment