BREAKING
Loading...
:

ଟାକରା ହାଇସ୍କୁଲ ରେ ୭୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

 ଟାକରା ହାଇସ୍କୁଲ ରେ ୭୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।



ଦଶପଲ୍ଲା (ମଣିଭଦ୍ରା ଖବର)ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୭୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଗାଳ୍ପିକ,ପ୍ରବନ୍ଧକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ହାଡିବନ୍ଧୁ ମହାଖୁଡ଼,ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ, ୧୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସତ୍ୟଭାମା ନାୟକ, ଟାକରା ସରପଞ୍ଚ ମଦନ କୁମାର ଜାନୀ,ସମିତିସଭ୍ୟ ପ୍ରଶାନ୍ତ କୁମାର ଦଳବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦୟାନିଧି ନାୟକ,ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଆଚାର୍ଯ୍ୟ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସମୀର କୁମାର ସାହୁ,ତହସିଲଦାର ଶ୍ରୀଯୁକ୍ତ ଶ୍ରୀ କୁମାର ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ଆଲୁମିନା କମିଟି ସଭାପତି ଶ୍ରୀ ପ୍ରଦିପ କୁମାର ସାହୁ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳମଣି ନାଏକ ଯୋଗ ଦେଇଥିଲେ। ଏବଂ ବିଦ୍ୟାଳୟ ପରିଚାଳନା କମିଟି,ବିଦ୍ୟାଳୟ ର କର୍ମଚାରୀ ବୃନ୍ଦ,ବିଦ୍ୟାଳୟ ର ଆଲୁମିନା କମିଟି , ଏବଂ ଛାତ୍ରଛାତ୍ରୀ ମାନେ ଦଶପଲ୍ଲା ବିଧାୟକ ଙ୍କୁ ଏକ ବିରାଟ ପଟୁଆର ରେ ସ୍କୁଲ ଭିତରକୁ ପାଛୋଟି ନେଇଯାଇଥିଲେ ।ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ହୋଇଥିବାବେଳେ ପରେ ସଭାକାର୍ଯ୍ୟ ଓ ସମର୍ଦ୍ଧନା,ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦଳଗତ ନୃତ୍ୟ ପ୍ରତିଯୋଗିତା ଓ ପରିଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏବଂ ବିଦ୍ୟାଳୟ ର ପୂର୍ବ ମାର୍କ ରେକର୍ଡ଼ ଅନୁଯାୟୀ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଓ ଆଲୁମିନି କମିଟି ସଭାପତି ଶ୍ରୀଯୁକ୍ତ ପ୍ରଦିପ କୁମାର ସାହୁ ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧିକ ମାର୍କ ରଖି ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ ମଧ୍ଯ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଅନ୍ନଦା ପ୍ରସାଦ ଡାକୁଆ ସ୍ବାଗତ ଭାଷଣ ଦେଇଥିବାବେଳେ ବାର୍ଷିକ ବିବରଣୀ ପଠନ ମିସ ବିଷ୍ଣୁ ପ୍ରିୟା ସାହୁ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ବରିଷ୍ଠ ଶିକ୍ଷକ ଅନ୍ନଦା ପ୍ରସାଦ ଡାକୁଆ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳମଣି ନାଏକ ମଞ୍ଚ ପରିଚାଳନା କରିଥିଲେ ।ପରେ ବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର ଧନ୍ୟବାଦ ପୂର୍ବକ ସଭାସାନ୍ କରିଥିଲେ ।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS