BREAKING
Loading...
:

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

 ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର



ଖଣ୍ଡପଡ଼ା (ମଣିଭଦ୍ରା ଖବର)ଆଜି ସକାଳ ୯.୩o ମିନିଟ ସମୟରେ ଏକ ଦୁର୍ଘଟଣା ଘଟି ଯାଇଛି l ଉକ୍ତ ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପିଦେଇ ଦ୍ରୁତ ଗତିରେ ପଳାଇ ଯାଉ ଥିବା ବେଳେ ସ୍ଥାନୀୟ ଲୋକେ ତାକୁ ପିଛା କରି କାବୁ କରିବାକୁ ସଫଳ ହୋଇଥିଲେ l ଦୁର୍ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ରଣପୁର ଦମକଳ ବିଭାଗର ଗାଡି ସେମାନଙ୍କୁ ସେଠାରୁ ଉଦ୍ଧାର କରି ରଣପୁର ଡାକ୍ତର ଖାନାକୁ ନେଇଥିଲେ ଓ ସେଠାରେ ରଙ୍ଗନାଥ ବଳିୟାର ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଆହତ ବ୍ୟକ୍ତି ହେଲେ ରାମଚନ୍ଦ୍ର ରଥ l ଉଭୟଙ୍କ ଘର ରଣପୁର ବ୍ଲକ ଅନ୍ତର୍ଗତ l ଦୁର୍ଘଟଣା ଘଟାଇଥିବା ଟ୍ରକ ହେଉଛି ମଧୁ ଗଣନାଟ୍ୟ ସଂସ୍ଥାର ଓ ଗାଡି ନମ୍ବର OR 02 2588 l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS