BREAKING
Loading...
:

୩୧ ଲକ୍ଷ ପାଞ୍ଚ ଶହ ଟଙ୍କା ର ଜାଲ ନୋଟ ଜବତ ସହ ଜଣେ ଗିରଫ,ଦୀର୍ଘ ଦିନରୁ ଚାଲୁଥିବା ଜାଲ ନୋଟ କାରବାର ର ମୁଖ୍ୟ ଅଭଯୁକ୍ତ କିଏ ?

 ୩୧ ଲକ୍ଷ ପାଞ୍ଚ ଶହ ଟଙ୍କା ର ଜାଲ ନୋଟ ଜବତ ସହ ଜଣେ ଗିରଫ,ଦୀର୍ଘ ଦିନରୁ ଚାଲୁଥିବା ଜାଲ ନୋଟ କାରବାର ର ମୁଖ୍ୟ ଅଭଯୁକ୍ତ କିଏ ?



ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେ ବିପୁଳ ପରିମାଣର   ଜାଲ ୫ ଶହ ଟଙ୍କିଆ ନୋଟ ଜବତ ହେବା ସହ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏକ 

ବ୍ୟାଗରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କାର ଜାଲ ନୋଟ ଅଭିଯୁକ୍ତ ନିକଟରୁ ଜବତ ହୋଇଛି । କେସିଙ୍ଗା ନିକଟସ୍ଥ କେଗାଁ ଗ୍ରାମର ଲିଙ୍ଗରାଜ ବେହେରା ବୋଲି ଏସ ଟି ଏଫ୍ ଟିମ ତରଫରୁ ସୁଚନା ମିଳିଥିବା ବେଳେ ଗତ ୧ ତାରିଖ ରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରାଯାଇଥିଲା । ପୂର୍ବରୁ ଟିଟିଲାଗଡ, କେସିଙ୍ଗା, ବଲାଙ୍ଗୀର, କଣ୍ଟାବାଞ୍ଜି ଓ ପାଟଣାଗଡ ଅଞ୍ଚଳ ର ଅନେକ ବ୍ୟାଙ୍କ ରେ ଜାଲ ପାଞ୍ଚ ସହ ଟଙ୍କିଆ ନୋଟ ମିଳିଥିଲା । ଦୀର୍ଘ ଦିନ ଧରି ଏ ନେଇ ବିଭାଗୀୟ ଅଧିକାରୀ ଗୋପନୀୟ ଭାବେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରି ଥିବା ବେଳେ ଯୋଜନା ବଦ୍ଧ ଭାବେ ଏହି ଅଭିଯୁକ୍ତ କୁ କାବୁ କରିଥିବା ଜଣାପଡ଼ିଛି। ଏହି ଜାଲ ନୋଟ କାରବାର ନେଇ ମୁଖ୍ୟ କାର୍ପଟଦାର କିଏ ଓ ଅନ୍ୟ ସହଯୋଗୀ ମାନେ କିଏ ଓ କେଉଁ ସ୍ଥାନରେ ନୋଟ ପ୍ରସ୍ତୁତ କରାଯାଉ ଥିଲା ସେ ନେଇ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ ପାଇଛି। ପ୍ରକାଶ ଯେ,ଟିଟିଲାଗଡ ର ଜଣେ ଅଣ ଓଡିଆ ତଥା ବଣିକ ସଂଘ ର ବରିଷ୍ଟ ପଦବୀ ଦାୟୀତ୍ବ ରେ ଥିବା ଓ ବିଗତ ଦିନରେ କଣ୍ଟାବାଞ୍ଜି ରୁ ତାଙ୍କ ଦାମୀ ଚାରି ଚକିଆ ଗାଡି ରେ ଏହି ଜାଲ ନୋଟ ଦେଇ ଆସୁଥିବା ବେଳେ ସ୍ଥାନୀୟ ହାଟପଦା ପଡ଼ା ର କିଛି ଯୁବକ ଙ୍କ ସହ ବଚସା ହୋଇଥିଲା । ଯାହାକି ପରେ ଆପୋଷ ବୁଝାମଣା ରେ ମାମଲା ଚପେଇ ଦିଆ ଯାଇଥିବା ଜଣା ପଡ଼ିଛି। ଏ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଦାବୀ ପ୍ରକାଶ ପାଇଛି ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS