BREAKING
Loading...
:

ଟିଟିଲାଗଡ ରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ।

 ଟିଟିଲାଗଡ ରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ।



ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଥାନା ପରିସରରେ ଆମ ପୁଲିସ ସମିତି ତରଫ ରୁ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉକ୍ତ ବୈଠକରେ ସହର ମଧ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଓ ଟ୍ରାଫିକ ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା  l ଆୟୋଜିତ ବୈଠକରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି,ବୁଦ୍ଧିଜୀବୀ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ବିଶେଷ କରି ସହର ର ମୁଖ୍ୟ ରାସ୍ତା ଗୁଡିକରେ ବେଆଇନ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ଯୋଗୁଁ ସାଧାରଣ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଉକ୍ତ ସମସ୍ୟା ର ସମାଧାନ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା।ସେହିପରି ସହର ମଧ୍ୟରେ ବିଭିନ୍ନ ଅଣ୍ଡା ଦୋକାନ,ପାନ ଦୋକାନ ଆଦିରେ ଖୋଲା ଖୋଲି ମଦ ପ୍ୟାକେଟ ବିକ୍ରି ହେଉଥିବା ଅଭିଯୋଗ ଉଠିଥିବା ବେଳେ ପୋଲିସ ପକ୍ଷରୁ ସହର ମଧ୍ୟରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ ବ୍ୟାପକ କରିବା ସହ ଚଢାଉ କରାଯିବା କୁ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଥିଲା।କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ ଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ରାଜୁ ମିଶ୍ର,ବୀରବର ସାହୁ,ଶମ୍ଭୁ ଗୋୟାଲ,ରାଜେଶ ପ୍ରଧାନ, ଧୁବୁଲେ ଦଳବେହେରା,ସୁନିଲ ଆଚାର୍ଯ୍ୟ,ହରି ନାରାୟଣ ମିଶ୍ର,ସଞ୍ଜୟ ସୋନି,ହରି ବହିଦାର,ବିରେନ୍ଦ୍ର ବାଗ ପ୍ରମୁଖ ଅନେକ ବରିଷ୍ଟ ସଦସ୍ୟ ଉପସ୍ଥିତ ଥିଲେ। 



ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS