BREAKING
Loading...
:

ଗ୍ୟାସ ଅଗ୍ନି କାଣ୍ଡ ରୁ ଅଳ୍ପକେ ବର୍ତ୍ତିଲେ ମହାକୁଡ଼ ପାଲି ର ବର ପରିବାର

 ଗ୍ୟାସ ଅଗ୍ନି କାଣ୍ଡ ରୁ ଅଳ୍ପକେ ବର୍ତ୍ତିଲେ ମହାକୁଡ଼ ପାଲି ର ବର ପରିବାର 



ବୌଦ୍ଧ (ମଣିଭଦ୍ରା ଖବର) ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାକୁଡ଼ ପାଲି ଗ୍ରାମ ରେ ଆଜି ସନ୍ଧ୍ୟା ପ୍ରାୟ ଘ.5:30 ମିନିଟ ସମୟ ରେ ଶିବ ଦନାୟକ  ପୁଅଙ୍କ ବିବାହ ପ୍ରସ୍ତୁତି ପାଇଁ ମିଠା ସାମଗ୍ରୀ ବନାଉଥିବା ବେଳେଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିଯାଇଥିଲା l ପରିବାର ଲୋକ ବିଭିନ୍ନ ଚେଷ୍ଟା କଲା ପରେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା l ନିଆଁ ବଢ଼ି ବଢ଼ି ଭୟଙ୍କର ଅଗ୍ନି କାଣ୍ଡ ଘଟିଥିଲା l ଏହି ସମୟ ରେ ବୌଦ୍ଧ ଦମକଳ ବାହିନୀ ଖବର ପାଇ ଅଗ୍ନିଶମ ବାହିନୀ ର ମୁଖ୍ୟ ପାତ୍ର ପରମାନନ୍ଦ ଲେଙ୍କାଙ୍କ ତାତ୍ଵାବଧାନ ରେ ତାଙ୍କ ସହକର୍ମୀ ତପନ ଗୌଡ଼, ହାବିଲଦାର ଅର୍ଜୁନ ନାୟକ,ଗୋବର୍ଧନ ବେହେରା, ପ୍ରଦୀପ୍ତ ସ୍ୱାଇଁ ନିରାକାର ବେହେରା ପ୍ରମୁଖ ନିଆଁ କୁ ଆୟତ୍ତ କରି ଥିଲେ l

ପରିବାର କୌଣସି କ୍ଷତି ହୋଇନାହିଁ ବୋଲି ଶ୍ରୀ ଲେଙ୍କା ପ୍ରକାଶ କରିଥିଲେ  l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l

Post a Comment

Previous Post Next Post
Header ADS