BREAKING
Loading...
:

୩ ଦିନଧରି ଧୁମ୍ ଧାମରେ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ

 ୩ ଦିନଧରି ଧୁମ୍ ଧାମରେ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ 



ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତସ୍ଥିତ ତିଳାବାଡ଼ି ଗ୍ରାମ ରେ ୩ ଦିନ ଧରି ଓଁ ନମୋ ଭଗବତେ ବାସୁଦେବାୟ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି ।ପ୍ରଥମ ଦିନ ଅର୍ଥାତ୍ ୨୪ ତାରିଖ ରେ ଅଧିବାସ ,କଳସଯାତ୍ରା ର କାର୍ଯ୍ୟକ୍ରମ ହୋଇଥିବା ବେଳେ ଗତକାଲି ନାମଯଜ୍ଞ ,ପ୍ରସାଦସେବନ କାର୍ଯ୍ୟକ୍ରମ ହୋଇଥିବା ଜଣାପଡ଼ିଛି ।ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା, ର ବିଜୁ ଜନତା ଦଳର ଦୃଢ଼ ସଂଗଠକ କୋପରେଟିଭ ସୋଷାଇଟୀ ର ଜିଲ୍ଲା ଡ୍ରାଇରେକ୍ଟର ଉପେନ୍ଦ୍ର କୁମାର ସାହୁ ,ବିଜୁ ଜନତା ଦଳର ବ୍ଲକ ସଭାପତି ସୁଦାମ ଚରଣ ନାୟକ , ଟାକରା ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର ଦୃଢ଼ ସଂଗଠକ ପ୍ରଦିପ କୁମାର ସାହୁ,ଜଗବନ୍ଧୁ ଆଚାର୍ଯ୍ୟ ,ଅଭିମନ୍ୟୁ ସାହୁ ବିଜୁ ଜନତା ଦଳର ଯୁବ କର୍ମୀ ଜିତେନ୍ଦ୍ର କୁମାର ସାହୁ ଟାକରା ପଞ୍ଚାୟତ ର ବିଜୁ ଜନତା ଦଳର କର୍ମୀ ବାନାମ୍ୱର ନାଏକ ,ଧନେଶ୍ଵର ଜାନୀ,ନବ କିଶୋର ଜାନୀ ,ପବିତ୍ର ନାଏକ ,ମାୟାଧର ନାଏକ ,ନିରଞ୍ଜନ ରାଉଳ ଓ ଟାକରା ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ପ୍ରତିନିଧି  ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ନାମ ସଙ୍କୀର୍ତ୍ତନଧାରି ଙ୍କୁ ଉତ୍ସାହିତ କରିଥିବା ସୂଚନା ମିଳିଛି।ଏବଂ ବିଧାୟକ ଙ୍କୁ ଗ୍ରାମବାସୀ ଏକ ବିରାଟ ପଟୁଆର ରେ ଗାଁ ଭିତରକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା । ଆଜି ପୂର୍ଣ୍ଣାହୁତି, ଦଧିଭାଣ୍ଡବଗ୍ନ,ନଗର ଭ୍ରମଣ କାର୍ଯ୍ୟକ୍ରମ ରହିଥିବା ସୂଚନା ମଧ୍ୟ ମିଳିଛି ।



ରିପୋର୍ଟ ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS