BREAKING
Loading...
:

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ 




 ବଲାଙ୍ଗୀର/ପାଟଣାଗଡ଼ (ମଣିଭଦ୍ରା ଖବର) କଣ୍ଟାବାଞ୍ଜି ନିକଟସ୍ଥ  ବେଲପଡା ଥାନା ପରିସର ଭୁକ୍ତ  ଥିବା ଆଲିସାନ ସିନେମା ହଲରେ ଗତକାଲି ରାତି ରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ଓରଫ ଅମିତ ସିଂ ସାଲୁଜା ଓ ସିନେମା ହଲର ମାଲିକଙ୍କ ପୁଅ ସହ ଗଣ୍ଡଗୋଳ ହୋଇଥିଲା । ଏପରିକି ଅମିତ ସିଂ ସାଲୁଜା ବନ୍ଧୁକ ଦେଖାଇଥିବା ଅଭିଯୋଗ ହୋଇଥିବା ତଥା ପୋଲିସ୍ ସହ ଯୁକ୍ତି, ତର୍କ ହୋଇଥିଲା । ଏ ସଂକ୍ରାନ୍ତ ରେ ଖବର ପାଇ ବେଲପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିବା ସହ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ସାଲୁଜାଙ୍କ ସମେତ ୬ ଜଣଙ୍କୁ ବିଳମ୍ବିତ ରାତିରେ ବେଲପଡା ଥାନାକୁ ଆଣି ଏକ ମାମଲା ରୁଜୁ କରିଥିବା ବେଳେ ୬ ଜଣଙ୍କୁ ଆଜି ପାଟଣାଗଡ଼ କୋର୍ଟ ଚାଲାଣ କରିଛି । ଗିରଫ ୬ ଜଣ ହେଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ସାଲୁଜା ଓରଫ ସେଜି ଅଜୟ ଅଗ୍ରୱାଲ ବିକାଶ ଅଗ୍ରୱାଲ, ବିପୁଳ ମାରୁ, ଧର୍ମବୀର ଗୁପ୍ତା ଓ ରାଜ ପାତ୍ର । ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର ୪୫୨/୩୪୧/୩୪୩/୨୯୪/୫୦୬/୩୦୭/୩୮୪/ ୩୯୫ ସହ ଅସ୍ତ୍ରଶସ୍ତ୍ର ଆଇନର ୨୫ /୨୭ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛି । ତା’ ସହ ଅମିତ ସିଂ ସାଲୁଜାଙ୍କ ସେଜି ଜିମରୁ ନଗଦ ୧୯ ଲକ୍ଷ ଟଙ୍କା  ଓ ବିଭିନ୍ନ ପ୍ରକାର ଦାମିକା ମଦ ଜବତ  କରାଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ତଥା ବହୁ ବରିଷ୍ଟ ପୋଲିସ ଅଧିକାରୀ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ନେଇ ମୁତୟନ ରହିଛନ୍ତି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS