BREAKING
Loading...
:

ଦେଢ଼ସର ଇୟୁଜିମ୍ ର୍ବିଦ୍ୟାଳୟ ଠାରେ ସ୍କାଉଟ ଡେ ପାଳିତ,

 ଦେଢ଼ସର ଇୟୁଜିମ୍ ର୍ବିଦ୍ୟାଳୟ ଠାରେ ସ୍କାଉଟ ଡେ ପାଳିତ,



ଦଶପଲ୍ଲା (ମଣିଭଦ୍ରା ଖବର)- ନୟାଗଡ ଜିଲ୍ଲାର ଦଶପଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ ସ୍କାଉଟ ଡେ ପାଳିତ ହୋଇଯାଇଛି । ଏ ଅବସରରେ ଦଶପଲ୍ଲା ଦେଢ଼ସର୍ ୟୁଜିଏମଇ ସ୍କୁଲ ପରିସରରେ ସ୍ମାଉଟ ଡେ ପାଳିତ ହୋଇ ଯାଇଛି ସ୍କାଉଟ ଶିକ୍ଷକ ଆଲୋକ ସେନାପତି ଙ୍କ ନେତୃତ୍ୱରେ ସକାଳ ସମୟ ରେ ବିଦ୍ୟାଳୟ ପରିସରରେ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସ୍କାଉଟ ପତାକା ଉତୋଳନ  କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।  ପରେ ସ୍କାଉଟ ଛାତ୍ରମାନଙ୍କ ଦ୍ଵାରା ବିଦ୍ୟାଳୟ ର ଚତୁର ପାର୍ଶ୍ଵ ସଫେଇ କରିଥିବା ବେଳେ ଅପରାହ୍ନ ସମୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି ସ୍କାଉଟ ଡେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସ୍କାଉଟ୍ ର ପ୍ରତିଷ୍ଠାତା ଲେପଟ୍ ନାଣ୍ଡ ଜେନେରାଲ ଲର୍ଡ ରୋବର୍ଟ ବ୍ୟାଡେନ ପାୱେଲ ଙ୍କ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ ଛାତ୍ର ଛାତ୍ରୀ ମାନେ ସ୍କାଉଟ  ରେ ଅନୁପ୍ରାଣିତ ହୋଇ ସେବାକୁ ଆତ୍ମା ର ସହ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ । ଏହି ସଭାକୁ  ସ୍କାଉଟ ଶିକ୍ଷକ ଆଲୋକ ସେନାପତି ପରିଚାଳନା କରିଥିବା ବେଳେ ଏହି ସଭାରେ ବିଦ୍ୟାଳୟ ର ସ୍କାଉଟ ଛାତ୍ର ମାନଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,

Post a Comment

Previous Post Next Post
Header ADS