BREAKING
Loading...
:

ଆଶାୟୀ ବିଧାୟିକା ପ୍ରାର୍ଥୀନୀ ଇନ୍ଦୁମତି ନାୟକଙ୍କ ବନ୍ଧୁମିଳନ

ଆଶାୟୀ ବିଧାୟିକା ପ୍ରାର୍ଥୀନୀ ଇନ୍ଦୁମତି ନାୟକଙ୍କ ବନ୍ଧୁମିଳନ



ଗଣିଆ ୦୯/୦୧(ମଣିଭଦ୍ରା ଖବର) ଆଗକୁ ସାଧାରଣ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଗାଁ ଗାଁରେ ଆଶାୟୀ ପ୍ରାର୍ଥୀ ମାନଙ୍କ ତରଫରୁ ଛାଇ ଗଲାଣି ନବ ବର୍ଷର ଶୁଭେଚ୍ଛା ପୋଷ୍ଟର ଏବଂ ବ୍ୟାନର । ନିଜ ନିଜର ଭୋଟ ବ୍ୟାଙ୍କକୁ ବଢାଇବା ପାଇଁ ଆରମ୍ଭ ହୋଇଗଲାଣି କସରତ । ଗାଁ ଗାଁରେ ଭୋଜି ଭାତ, ବନ୍ଧୁମିଳନ କରି ଭୋଟରଙ୍କୁ ମନେଇବାକୁ ଲାଗିପଡିଲେଣି ଆଶାୟୀ ପ୍ରାର୍ଥୀ ‌। ଏହି ଅବସରରେ ଗଣିଆ ବ୍ଳକ ମା କଳାପାଟ ଠାକୁରାଣୀଙ୍କ ବିଜେସ୍ଥଳୀରେ ଆଶାୟୀ ବିଧାୟିକା ପ୍ରାର୍ଥୀନୀ ଇନ୍ଦୁମତି ନାୟକଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ବିଭିନ୍ନ ଗ୍ରାମର ପ୍ରାୟ ୧୫୦ରୁ ଅଧିକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ନିର୍ବାଚନରେ ସମସ୍ତେ ଏକାଠି ହୋଇ କିଭଳି କାର୍ଯ୍ୟ କରିବା ସେ ନେଇ ଆଲୋଚନା ହୋଇଥିଲା । ଉପସ୍ଥିତ ବୁଦ୍ଧିଜୀବୀ ଗଣିଆ ଅଞ୍ଚଳରେ ଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ହେଲେ ଆପଣ ମାନଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି ଶ୍ରୀମତୀ ନାୟକ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଅନନ୍ତ ଚରଣ ନାୟକ ଏହି ବନ୍ଧୁମିଳନରେ ଯୋଗ ଦେଇ ଶ୍ରୀମତି ନାୟକଙ୍କ ନେତୃତ୍ବକୁ ସମର୍ଥନ କରିଥିଲେ । ସୂଚନାଯୋଗ୍ୟ ଯେ  ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଳକର ବିଭିନ୍ନ ଗ୍ରାମ ବୁଲି ଜନସାଧାରଣଙ୍କୁ ଭେଟୁଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ ଇନ୍ଦୁମତି ନାୟକ । ୩ଟି ବ୍ଳକର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିବାହ ବ୍ରତଘର ଆଦି କାର୍ଯ୍ୟକ୍ରମରେ ସେ ଲୋକମାନଙ୍କୁ ଭେଟୁଛନ୍ତି । ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେଉଛନ୍ତି । ଜଣେ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ଶ୍ରୀମତି ନାୟକ ପୂର୍ବରୁ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି । ତେବେ ଚଳିତ ଥର ତାଙ୍କୁ ଜନ ସମର୍ଥନ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୈାଣସି ଦଳର ସମର୍ଥନ ଗ୍ରହଣ କରିନଥିଲେ ମଧ୍ୟ ଆଗାମୀ ଦିନରେ ସେ କେଉଁ ଦଳରୁ ଟିକେଟ ପାଉଛନ୍ତି ନା ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । 





ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS