BREAKING
Loading...
:

ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସହ ନିରାପତ୍ତା ଓ ଟ୍ରାଫିକ କାର୍ଯ୍ୟ ନେଇ ସ୍ଵତନ୍ତ୍ର ସମୀକ୍ଷା

 ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସହ ନିରାପତ୍ତା ଓ ଟ୍ରାଫିକ କାର୍ଯ୍ୟ ନେଇ ସ୍ଵତନ୍ତ୍ର ସମୀକ୍ଷା।




ଭୁବନେଶ୍ଵର/ବଲାଙ୍ଗୀର (ମଣିଭଦ୍ରା ଖବର):ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଇତି ମଧ୍ୟରେ ଚାଲୁରହିଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ୍ – ନୂଆଗାଁ ରେଳ ସେକ୍ସନ କୁ ନିରୀକ୍ଷଣ କରିଛନ୍ତି ଏବଂ ନୂଆଗାଁ ଓ ଦଶପଲ୍ଲା ମଧ୍ୟରେ ଚାଲୁରହିଥିବା ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି |


ଶ୍ରୀ ସୁନକର ମଧ୍ୟ ଖୋର୍ଦ୍ଧା ରୋଡରେ ଥିବା ରୋଡ୍ ଓଭର ବ୍ରିଜ୍ (ROB) କାର୍ଯ୍ୟର ଯାଞ୍ଚ କରିଛନ୍ତି ଏବଂ ୱିଣ୍ଡୋ କମିଟି ଟ୍ରେଲିଂ ସହିତ ଖୋର୍ଦ୍ଧା ରୋଡ୍ – ନୂଆଗାଁ ରେଳ ସେକ୍ସନ ର ନିରାପତ୍ତା ଓ ଟ୍ରାଫିକ୍ ସୁବିଧା କାର୍ଯ୍ୟର ସମୀକ୍ଷା କରିଛନ୍ତି |


ଏହା ବ୍ୟତୀତ ମହାପ୍ରବନ୍ଧକ ଶ୍ରୀ ସୁନକର ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିଥିଲେ ଏବଂ ନିର୍ମାଣାଧୀନ ସେତୁ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ପାଇଁ ଗୁରୁତ୍ୱାରୋପ କରିଥିଲେ | ବିଶେଷ କରି ଯାତ୍ରୀ କେନ୍ଦ୍ରିକ ସୁବିଧାଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି | ମାର୍ଚ୍ଚ ୨୦୨୩ ସୁଦ୍ଧା ନୂଆଗାଁ ଏବଂ ଦଶପଲ୍ଲା ମଧ୍ୟରେ ଥିବା ୧୫.୦୫କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ ଟି ମାଇନର୍ ଏବଂ ୦୩ ଟି ମେଜର ବ୍ରିଜ୍ ସହିତ ୧୫ ଟି ରୋଡ୍ ଅଣ୍ଡର ବ୍ରିଜ୍ (RUBS) ଏବଂ ୦୪ ଟି ରୋଡ୍ ଓଭର ବ୍ରିଜ୍ (ROB) ସହିତ ଅନ୍ୟାନ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି | ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି |


୩୦୧ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ୧୧୫.୩୩ କିଲୋମିଟର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି | ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡ଼-ନୂଆଗାଁ ୯୦.୪୩ କିଲୋମିଟର ଏବଂ ବଲାଙ୍ଗୀର ଠାରୁ ଝରତରଭା ୨୪.୯୩ କିଲୋମିଟର ଅଟେ | ନିର୍ମାଣାଧୀନ କାର୍ଯ୍ୟ ମଧ୍ୟରୁ ନୂଆଗାଁ-ଦଶପଲ୍ଲା ୧୫.୪୪୫ କିଲୋମିଟର ଦୈର୍ଘ୍ୟ ରେଳ ଲାଇନକୁ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଝରତରଭା-ଖମ୍ବେଶ୍ୱରପଲ୍ଲୀ-ସୋନପୁର (୧୧.୪୦+୧୦.୩୦ = ୨୧.୭୦କିଲୋମିଟର) ଦୈର୍ଘ୍ୟ ରେଳ ଲାଇନକୁ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି |


ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି | ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଫୋକସ୍ ପ୍ରୋଜେକ୍ଟ ଅନ୍ତର୍ଗତ ଥିବାରୁ ଏହା ପ୍ରତି ଶ୍ରୀ ବୈଷ୍ଣବ ବିଶେଷ ଧ୍ୟାନ ଦେଉଛନ୍ତି |


ବହୁ ପ୍ରତୀକ୍ଷିତ ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଉପୁଜୁଥିବା ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକୁ ଶୀଘ୍ର ସମାଧାନ ପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଓ ଅନ୍ୟାନ ସଂସ୍ଥା ମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବାକୁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀ ଗୁ ଧ ନ ମାନଙ୍କୁ ପରାମର୍ଶ ଦେଇଛନ୍ତି ଯାହା ଫଳରେ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ତୃଣମୂଳ ସ୍ତରର ସମନ୍ୱୟ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS