BREAKING
Loading...
:

ବେଆଇନ ବିଦ୍ୟୁତ ସଂଯୋଗ ନେଇ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାନୁଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ରୁ ବିପୁଳ ପରିମାଣର ରାଜସ୍ବ ଆଦାୟ।

 ବେଆଇନ ବିଦ୍ୟୁତ ସଂଯୋଗ ନେଇ ବିଭାଗୀୟ ଅଧିକାରୀ ଙ୍କ  କାର୍ଯ୍ୟାନୁଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ରୁ ବିପୁଳ ପରିମାଣର ରାଜସ୍ବ ଆଦାୟ।



ବଲାଙ୍ଗୀର/ଟିଟଲାଗଡ,ତା୨୭-୦୧: ଟିଟଲାଗଡ ବିଦ୍ୟୁତ ଡିଭିଜନ ଅଞ୍ଚଳ ରେ ବ୍ୟାପକ ବେଆଇନ୍ ବିଦ୍ୟୁତ ସଂଯୋଗ ନେଇ ବିଭାଗୀୟ ଅଧିକାରୀ ଙ୍କ ତତଫରୁ ବ୍ୟାପକ ଚଢାଉ ସହ ବିପୁଳ ପରିମାଣର ରାଜସ୍ବ ଆଦାୟ କରିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ସୂଚନାନୁଜାୟୀ ଦୀର୍ଘ ବର୍ଷ ଧରି ଅର୍ଥ ବଳ ଓ ରାଜନୈତିକ କ୍ଷମତା ବଳରେ ଅନେକ ବ୍ୟବସାୟୀ କିଛି ଅସାଧୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କୁ ହାତ କରି  ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ରେ ବେଆଇନ ବିଦ୍ୟୁତ୍ ସଂଯୋଗ କରି ବିଜୁଳି ବ୍ୟବହାର କରି ଆସୁଥିଲେ । 

ଏପରିକି ଉକ୍ତ କ୍ଷମତା ସମ୍ପନ୍ନ ବ୍ୟକ୍ତି ଙ୍କ ବିରୋଧ ରେ କୌଣସି ଅଧିକାରୀ କିଛି ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରୁ ନ ଥିଲେ। 


ଇତି ମଧ୍ୟରେ ଟିଟଲାଗଡ ବିଦ୍ୟୁତ ବିଭାଗ ଏସ ଡି ଓ ଇଁ ବିନାୟକ ରାଉତ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ସେ ଟିଟଲାଗଡ ବିଦ୍ୟୁତ ବିଭାଗ ଏନ ଫୋର୍ଶମେଣ୍ଟ ଟିମ କୁ ସ୍ଵତନ୍ତ୍ର ଭାବେ ଗଠନ କରି ଥିଲେ। ଉକ୍ତ ଟିମ ର ମୁଖ୍ୟ ଇଁ ଅମିତାଭ ଦାସ ଏବଂ ସେକ୍ସନ (୧) ସେକ୍ସନ ଅଧିକାରୀ ଇଁ ପ୍ରଶାନ୍ତ କୁମାର ଜେନା ଓ ଟଙ୍କ ପାତ୍ର  ତଥା କାର୍ଯ୍ୟକାରୀ କର୍ମଚାରି ପ୍ରହଲ୍ଲାଦ ଯୋଶୀ ତଥା ଅନ୍ୟ ବିଭାଗୀୟ କର୍ମଚାରୀ ସଦଳ ବଳେ ଗୋପନୀୟ ସୂତ୍ର ରୁ ଖବର ପାଇ ବିଭିନ୍ନ ଅଞ୍ଚଳ ରେ ଘନ, ଘନ ଚଢ଼ାଉ କରି ୧୦.୫ଲକ୍ଷ ଟଙ୍କା ର ଜୋରିମାନା ଧାର୍ଯ୍ୟ ସ୍ଵଳ୍ପ ସମୟ ରେ କରିପାରିଛନ୍ତି।



ସହର ର ପୁରୁଣା ବ୍ୟାଙ୍କ ଛକ ରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବିଦ୍ୟୁତ ଚୋରି କରି ମିଟର ସିଲ ନ ଥିବା ଓ ବାଇପାସ୍ କରିଥିବା ଦେଖି ତାଙ୍କୁ ୨୩୪୪୫୦ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି । ସେହିପରି ଟିଟଲାଗଡ  ଫ୍ୟାସନ ବଜାର ନିକଟ ରେ ଥିବା ଜୀବନ ଜ୍ୟୋତି ନର୍ସିଂ ହୋମ ରେ ଅନୁରୂପ ଭାବେ ବେଆଇନ୍ ଭାବେ ବିଦ୍ୟୁତ୍ ସଂଯୋଗ କରି ବ୍ୟବହାର କରିବା ନେଇ ଖବର ପାଇ ବିଦ୍ୟୁତ ଡ଼ିଭିଜନ ନିର୍ବାହୀ ଅଧିକାରୀ ଏସ ଡି ଓ ଇଁ ବିନାୟକ ରାଉତ, ବିଦ୍ୟୁତ ଡିଭିଜନ ଏନଫୋର୍ସମେଣ୍ଟ ଟିମ ମୁଖ୍ୟ ଇଁ ଅମିତାଭ ଦାସ, ଟଙ୍କ ପାତ୍ର ଓ ବିଦ୍ୟୁତ ସଂଯୋଗ ଚେକିଂ ଷ୍ଟାଫ ପ୍ରମୁଖ ପହଞ୍ଚି ଥିଲେ। ସମସ୍ତ ବିଦ୍ୟୁତ ସଂଯୋଗ ଉପକରଣ ନେଇ ସମୁଦାୟ ୭.୪୪୫ ୱାଟ ବିଦ୍ୟୁତ୍ ସଂଯୋଗ ବେଆଇନ ଭାବେ ବ୍ୟବହାର କରୁଥିବା ଜଣା ଯାଇଥିଲା । ଏପରିକି ଉକ୍ତ ନର୍ସିଂ ହୋମ ରୁ ତାହା ପଛ ପଟେ ଥିବା ବିଦେଶୀ ମଦ ବାର କୁ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇ ଥିବା ଜଣା ଯାଇଛି। ଏ ନେଇ ୮୪୧୬୯୬ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇ ଥିଲା। ଏହି ପରି ଟିଟଲାଗଡ ବିଦ୍ୟୁତ ବିଭାଗ ପକ୍ଷରୁ ଚଢାଉ ବେଶ  ଜୋରରେ ଚାଲିଥିବା ଯୋଗୁଁ ବିପୁଳ ପରିମାଣର ରାଜସ୍ବ ଆଦାୟ ହେବା ସହ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ରେ ବେଆଇନ୍ ବିଦ୍ୟୁତ ସଂଯୋଗ କରିଥିବା ବ୍ୟବସାୟୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରାୟ ୧୫ ବର୍ଷ ରୁ ଉର୍ଦ୍ଧ ଏହି ଭଳି ବେଆଇନ ବିଦ୍ୟୁତ ସଂଯୋଗ କରିଥିବା ବେଳେ ଉକ୍ତ ପ୍ରତିଷ୍ଠାନ ଗୁଡିକ ଉପରେ ଏଭଳି ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟନୁଷ୍ଠାନ ନେଇ ବିଭିନ୍ନ ମହଲରେ ପ୍ରଶଂସା ହେଉଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS