BREAKING
Loading...
:

ନୂଆଗାଁ ବ୍ଳକରେ ଇନ୍ଦୁମତି ନାୟକଙ୍କ ବନ୍ଧୁମିଳନ

 ନୂଆଗାଁ ବ୍ଳକରେ ଇନ୍ଦୁମତି ନାୟକଙ୍କ ବନ୍ଧୁମିଳନ 



ନୂଆଗାଁ ( ମଣିଭଦ୍ରା ଖବର) ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀଙ୍କ ରାଜନୈତିକ କାର୍ଯ୍ୟକ୍ରମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିଜ ନିଜର ସମର୍ଥକଙ୍କୁ ନେଇ ବନ୍ଧୁମିଳନ କରି ଲୋକପ୍ରିୟତା ସାଉଣ୍ଟୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ନୂଆଗାଁ ବ୍ଳକ ମା ପେଟେଇଚଣ୍ଡି ପୀଠରେ ବିଧାୟକ ଆଶାୟୀ ପ୍ରାର୍ଥୀ ଇନ୍ଦୁମତି ନାୟକଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ‌‌ । ବ୍ଳକର ଗୁମି,କାପ୍ତାପଲ୍ଲୀ, ହରିପୁର ବେରୁଆବାରୀ,ବାହାଡାଝୋଲା,ସିଙ୍ଗାରପଲ୍ଲୀ ଆଦି ପଞ୍ଚାୟତର ପ୍ରାୟ ୨୦୦ରୁ ଅଧିକ ଜନ ସମାଗମ ହୋଇଥିଲା । ଏହି ବନ୍ଧୁମିଳନରେ ଇନ୍ଦୁମତି ନାୟକ, ଅବସରପ୍ରାପ୍ତ ପ୍ରଶାସକ ଅନନ୍ତ ନାୟକ ଯୋଗ ଦେଇ ୬ଟି ପଞ୍ଚାୟତର ଜନସାଧାରଣଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । 




ଆଗାମୀ ନିର୍ବାଚନରେ ଇନ୍ଦୁମତି ନାୟକ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ଥିବାରୁ ତାଙ୍କୁ ସହଯୋଗର ହାତ ବଢ଼ାଇବାକୁ ସେ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀମତୀ ନାୟକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଳକ ପରିଭ୍ରମଣ କରି ଜନସାଧାରଣଙ୍କର ଆସ୍ଥା ଭାଜନ ହେବାକୁ ଚେଷ୍ଟା ଜାରି ରଖିଛନ୍ତି । 


ଦେବୀ ପ୍ରସାଦ ଦାଶ ଗଣିଆ ନୟାଗଡ 

Post a Comment

Previous Post Next Post
Header ADS