BREAKING
Loading...
:

ଟ୍ରାକ୍ଟର ତଳେ ଚାପିହୋଇ ଯୁବକ ର ମୃତ୍ୟୁ

 ଟ୍ରାକ୍ଟର ତଳେ ଚାପିହୋଇ ଯୁବକ ର ମୃତ୍ୟୁ




ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଶିମିଳି ସାହି ଗ୍ରାମ ପି ଡ଼ବ୍ଲୁ ଡି ରାସ୍ତା ଉପରେ ଘଟିଛି ଏକ ଦୁଃଖଦ ଘଟଣା। ଜାକେଡା ଗ୍ରାମ ର ତପନ କୁମାର ଜାନୀ ଙ୍କ ୨୦ ବର୍ଷ ର ପୁତ୍ର ବାଦଲ କୁମାର ଜାନୀ ଟ୍ରାକ୍ଟର ରେ ଚାପିହୋଇ ମୃତ୍ୟୁ ହୋଇଥିବା ଜଣା ପଡିଛି।ସୂଚନା ଅନୁଯାୟୀ ସିଙ୍ଗାର ପଲ୍ଲୀ ଅଞ୍ଚଳର ଏକ ଟ୍ରାକ୍ଟର ଡ଼୍ରାଇଭର ଟ୍ରାକ୍ଟର ଗାଡ଼ି ନଂ  ( ଓଡ଼ି ୨୫ ଏମ ୯୧୬୧ )ରେ ବେଙ୍ଗେଳା ମେସିନ ଲଗାଇ ପି ଡ଼ବ୍ଲୁ ଡି ରାସ୍ତାରେ   ସିଙ୍ଗାର ପଲ୍ଲୀ ରୁ  ଶିମିଳି ସାହି ଆସୁଥିବା ବେଳେ ସେହି ଟ୍ରାକ୍ଟର ରେ ବାଦଲ ବସିଥିଲେ।ଡ଼୍ରାଇଭର ଗାଡ଼ି ଭାରସାମ୍ୟ ହରାଇବା ଦ୍ଵାରା ଶିମିଳି ସାହି ପି ଡ଼ବ୍ଲୁ ଡି ରାସ୍ତା ଉପରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ବାଦଲ ଟ୍ରାକ୍ଟର ତଳେ ଚାପିହୋଇ ରହିଥିଲେ।ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବାଦଲ କୁ ମହିପୁର ସି ଏଚ ସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ।ସେଠାରେ ଡାକ୍ତର ବାଦଲ କୁ ମୃତ ଘୋଷଣା କରିଥିଲେ।ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଟ୍ରାକ୍ଟର ଟିକୁ ଜବତ କରିବା ସହ ୧/୨୩ ରେ ମାମଲା ରୁଜୁ କରି ବାଦଲ ର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ନୂଆଗାଁ ଥାନା ଅଧିକାରୀଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି।ଦୁର୍ଘଟଣା ସମୟରେ ଘଟଣା ସ୍ଥଳରୁ ଡ଼୍ରାଇଭର ଫେରାର ଥିବା ଜଣା ପଡ଼ିଛି।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS