ପଞ୍ଚୁପାଣ୍ଡବ ମହୋତ୍ସବ ର ସଫଳତା ପାଇଁ ଦଶପଲ୍ଲା ବିଧାୟକ ଙ୍କ ସମୀକ୍ଷା
ନୂଆଗାଁ (ମଣିଭଦ୍ରା ଖବର)ନୂଆଗାଁ ବ୍ଲକ୍ ର କଳା ,ଐତିହ୍ୟ,ସଂସ୍କୃତି ଏବଂ ପରମ୍ପରା କୁ ନେଇ ଆସନ୍ତା ଫେବୃଆରୀ ମାସ ୨ ତାରିଖରୁ ଆରମ୍ଭ ହେବ ଐତିହାସିକ ପଞ୍ଚୁପାଣ୍ଡବ ମହୋତ୍ସବ।ପଞ୍ଚୁପାଣ୍ଡବ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସଫଳତା ଉପରେ ସମୀକ୍ଷା କରିଛନ୍ତି ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା।ନୂଆଗାଁ ବଙ୍ଗଳା ରେ ମହୋତ୍ସବ କମିଟି ର ସଦସ୍ୟ ମାନଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି ଦଶପଲ୍ଲା ବିଧାୟକ।ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ପଞ୍ଚୁପାଣ୍ଡବ ମହୋତ୍ସବ ମାଧ୍ୟମରେ ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ, ସଂସ୍କୃତି ରାଜ୍ୟ ତଥା ଦେଶରେ ପ୍ରସାରିତ ହେବାକୁ ଯାଉଛି ବୋଲି ଲୋକ ଲୋଚନରେ ଆଲୋଚନା ହେଉଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment