ମଧ୍ୟଖଣ୍ଡ ଗ୍ରାମ ପଂଚାୟତ ରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ,ସମ୍ମାନିତ ହେଲେ ବିଶିଷ୍ଠ ବ୍ୟକ୍ତି ।
ଦଶପଲ୍ଲା( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ୍ ର ସର୍ବ ବୃହତ ଗ୍ରାମ ମଧ୍ୟଖଣ୍ଡ ଗ୍ରାମପଞ୍ଚାୟତ ପରିସରରେ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ସସ୍ମିତା ପ୍ରଧାନ , ୧୧ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ ଓ ମଧ୍ୟଖଣ୍ଡ ଗ୍ରାମର ବହୁ ବିଶିଷ୍ଠ ବ୍ୟକ୍ତି କଂ ଉପସ୍ଥିତି ରେ ,ସ୍ଥାନୀୟ ପଂଚାୟତ ଅଫିସ ଠାରେ ମଧ୍ୟଖଣ୍ଡ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ କଂ ଦ୍ବାରା ଚିତ୍ତାକର୍ଷକ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା । ଏହି ପ୍ୟାରେଡ଼ ରେ ସରପଞ୍ଚ ଶ୍ରୀମତୀ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ମଧ୍ୟଖଣ୍ଡ ଗ୍ରାମର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା, ଶ୍ରୀବସନ୍ତକୁମାରପ୍ରଧାନ , ଡ. ଯୋଗେଶ୍ୱର ଦାଶ ଆୟୁର୍ବେଦିକ ଚିକିତ୍ସକ ,ଶ୍ରୀ ଶରତ କୁମାର ସାହୁ ସଙ୍ଗୀତଜ୍ଞ ,ଶ୍ରୀ ସୁଶାନ୍ତ କୁମାରମହାରଣା ଭଲ କାରିଗର, ମଧ୍ୟଖଣ୍ଡଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ରବଳିଆରସିଂ ଓ ଶିକ୍ଷକ ଶ୍ରୀ ବିଶ୍ବମ୍ବରପରିଡ଼ା, କୃଷିକ୍ଷେତ୍ର ଶ୍ରୀ ଝରଣାପରିଡ଼ା- ସୁଚିଶ୍ମିତା ବେହେରା ଭଲ ଛାତ୍ରୀ , ଏବଂ ଲକ୍ଷ୍ମୀଧର ମହାରଣା କୁଂଟ୍ରଫି ଏବଂ ମାନପତ୍ର ଦେଇ ଗ୍ରାମପଞ୍ଚାୟତ ତଫରୁ ସମ୍ବର୍ଦ୍ଧିତ କରାଯାଇଥିଲା, ଶେଷରେ ସମସ୍ତ ପିଲାଙ୍କୁ ଏକତ୍ରିତ କରି ମିଠା ବଣ୍ଟନ କରାଯାଇଥିଲା, ଏବଂ ପଂଚାୟତ ରେ କିଭଳି ଭାବରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଥଲେ,
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,
Post a Comment