BREAKING
Loading...
:

ପ୍ରଧାନ ଶିକ୍ଷୟତ୍ରୀ ଙ୍କ ପରଲୋକ ମନେ ପକାଇ କାନ୍ଦିଲେ ଛାତ୍ରୀ

 ପ୍ରଧାନ ଶିକ୍ଷୟତ୍ରୀ ଙ୍କ ପରଲୋକ

ମନେ ପକାଇ କାନ୍ଦିଲେ ଛାତ୍ରୀ,

 



ଦଶପଲ୍ଲା( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଦେଢ଼ଶର ସରକାରୀ ୟୁ ଜି ଏମ ଇ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପ୍ରଧାନ ଙ୍କ ପରଲୋକ ହୋଇ ଯାଇଛି । ସେ ଗତ କିଛି ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ବାଙ୍ଗାଲୋର ରେ ଚିକିତ୍ସିତ ହେଉଥିଲେ ।ବାଙ୍ଗାଲୋର ରେ ଚାକିରି କରିଥିବା ତାଙ୍କ ପୁଅ ଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସମୟ ରେ ତାଙ୍କର ପୁଅ ବୋହୁ ସହ ତାଙ୍କର ପରିଜନ ଉପସ୍ଥିତ ଥିଲେ ।ସେ ନୟାଗଡ ରେଞ୍ଜର ସୁଶାନ୍ତ କୁମାର ସ୍ୱାଇଁ ଙ୍କ ସହ ଧର୍ମିଣି ଅଟନ୍ତି। ବାଙ୍ଗାଲୋର ରେ ତାଙ୍କର ପାର୍ଥିବ ଶରୀର ର ପଞ୍ଚନାମା କରାଯାଇଛି । ତାଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ନିଜ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଗୁରୁଜନ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ନିଜର କୋହ ସମ୍ବରଣ କରି ନ ପାରି  ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ମନ ପକାଇ ଦ୍ୱିତୀୟ ଶ୍ରେଣୀ ର  ଛାତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ କାନ୍ଦି ପକାଇଥିଲେ ।  ସ୍ବର୍ଗତ ଶାନ୍ତିଲତା ଙ୍କ ମୃତ୍ୟୁ ଖବର ଜଣା ପଡ଼ିବା ପରେ ସି ଆର ସି ସି ସରୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଜଗାପୂର୍ କ୍ଲଷ୍ଟର ପକ୍ଷରୁ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଏକ ଶୋକସଭା ଦେଢ଼ଶର ସରକାରୀ ୟୁ ଜି ଏମ ଇ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜଗାପୁର୍ କ୍ଲଷ୍ଟର ରେ ଥିବା ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନ,ପୂର୍ବତନ ସି ଆର ସି ସି ସୁଶାନ୍ତ କୁମାର ସାହୁ, ପ୍ରମୁଖ ଉପସ୍ଥିତ ରହିବା ସହ ଦେଶସର ସରକାରୀ ୟୁ ଜି ଏମ ଇ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ଶାନ୍ତିଲତା ପ୍ରଧାନ ଙ୍କ ସ୍ମୃତି ଚାରଣ କରିଥିଲେ । 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,

Post a Comment

أحدث أقدم
Header ADS