ଡଙ୍କୁଣୀ ମାଁ ର ଘୃଣ୍ୟକାର୍ଯ୍ୟ, ପୋଖରୀ ଭିତରେ ମୃତ ନବଜାତଶିଶୁ ପଡିଛି
ବୌଦ୍ଧ (ମଣିଭଦ୍ରା ରିପୋର୍ଟ )ବୌଦ୍ଧ ଥାନା କରଡ଼ି ଗ୍ରାମ ର ଡାହାଣତୋଳା ପୋଖରୀ ଭିତରେ ଏକ ମୃତ ନବଜାତ ଶିଶୁ ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣା କୁ ନେଇ ଏବେ ଅଞ୍ଚଳ ରେ ଏକ ଚର୍ଚ୍ଚା ଚାଲିଛି l ସୋମବାର ଅପରାହ୍ନ ସମୟ ରେ ଗ୍ରାମର କିଛି ଯୁବକ ଉକ୍ତ ପୋଖରୀ କୁ ମାଛ ମାରିବାକୁ ଯାଇଥିବା ବେଳେ ପୋଖରୀ ଭିତରେ ଘାସ ଲଟା ବୁଦା ଭିତରେ ଏକ କପଡା ଦ୍ୱାରା ଉକ୍ତ ଶିଶୁ ଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲେ l ପରେ ସ୍ଥାନୀୟ ଅଞ୍ଚଳ ର ଲୋକମାନେ ଏଭଳି ଘଟଣା କୁ ନେଇ ବୌଦ୍ଧ ପୋଲିସ କୁ ଖବର ଦେଇଥିବା ଜଣାପଡିଛି l ଅନ୍ୟପଟେ ଜଣେ ମାଁ ର ଏଭଳି ଘୃଣ୍ୟ କାମକୁ ସାଧାରଣ ରେ ନିନ୍ଦା କରାଯାଉଥିବା ବେଳେ ଭୃଣ୍ୟ ହତ୍ୟା ଭଳି ଏକ ଗୁରୁତର ଅଭିଯୋଗ କୁ ଭିତ୍ତିକରି ପୋଲିସ ସଠିକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି l
ବୌଦ୍ଧରୁ ସଞ୍ଜୟ କୁମାର ନନ୍ଦଙ୍କ ରିପୋର୍ଟ ମଣିଭଦ୍ରା ଖବର


إرسال تعليق