ଭିନ୍ନ ଢଙ୍ଗ ରେ ବୃଦ୍ଧାଶ୍ରମ ରେ ଝିଅ ର ଜନ୍ମ ଦିନ ପାଳନକଲେ ସାମ୍ବାଦିକ
ମେଡିକାଲ ରେ ରୋଗୀଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ
ବୌଦ୍ଧ (ମଣିଭଦ୍ରା ଖବର) ଜିଲ୍ଲା ହରଭଙ୍ଗା ବ୍ଲକ ଝାଡ଼ରାଜିଙ୍ଗ ସ୍ଥିତ ଥିବା ବନଦୁର୍ଗା ବୃଦ୍ଧାଶ୍ରମ ରେ ବୁଧବାର ଦିନ ସାମ୍ବାଦିକ ଭାଗବତ ମେହେରଙ୍କ ନିଜ ଝିଅ ପ୍ରତ୍ୟୁଷାପ୍ରିୟଦର୍ଶିନୀ ର ଭିନ୍ନଢଙ୍ଗ ରେ ଜନ୍ମ ଦିନ ପାଳନ ସହ, ସ୍ଥାନୀୟ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ଶୀତ ବସ୍ତ୍ର ଦେଇ ଜନ୍ମ ଦିନ ପାଳନ କରିଥିବା ଦେଖିବାକୁ ମିଳିଥିଲା l ଉକ୍ତ ବୃଦ୍ଧା ଶ୍ରମ ରେ ଥିବା ଅନାଥ ବୃଦ୍ଧ. ବୃଦ୍ଧା ଙ୍କୁ ଫଳ, ବିସ୍କୁଟ, ଏବଂ ଶୀତ ବସ୍ତ୍ର ଦେଇ ଝିଅ ର ଶୁଭକାମନା ସହ ଆଶିଷ ଭିକ୍ଷା ଗ୍ରହଣ କରିଥିଲେ l ପରେ ସେଠାରୁ ପୁରୁଣା କଟକ ମେଡିକାଲ ରେ ଥିବା ରୋଗୀଙ୍କୁ ଫଳ, ବିସ୍କୁଟ ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା l ଏହି ଜନ୍ମ ଦିନ ପାଳନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଭାଗବତ ମେହେର, ସ୍ଵ ଧର୍ମଣୀ ସତ୍ୟଭାମା ମେହେର,ଙ୍କ ସମେତ ଉକ୍ତ ବନଦୁର୍ଗା ବୃଦ୍ଧା ଶ୍ରମ ର କର୍ମଚାରୀ ସନ୍ତୋଷ ବାବୁ, ସୁବ୍ରତ ବେହେରା, ପ୍ରମୁଖ ସହଯୋଗ କରିଥିଲେ l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦଙ୍କ ରିପୋର୍ଟ ମଣିଭଦ୍ରା ଖବର
إرسال تعليق