BREAKING
Loading...
:

ଭିନ୍ନ ଢଙ୍ଗ ରେ ବୃଦ୍ଧାଶ୍ରମ ରେ ଝିଅ ର ଜନ୍ମ ଦିନ ପାଳନକଲେ ସାମ୍ବାଦିକ ମେଡିକାଲ ରେ ରୋଗୀଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ

 ଭିନ୍ନ ଢଙ୍ଗ ରେ ବୃଦ୍ଧାଶ୍ରମ ରେ ଝିଅ ର ଜନ୍ମ ଦିନ ପାଳନକଲେ ସାମ୍ବାଦିକ 


ମେଡିକାଲ ରେ ରୋଗୀଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ



ବୌଦ୍ଧ (ମଣିଭଦ୍ରା ଖବର) ଜିଲ୍ଲା ହରଭଙ୍ଗା ବ୍ଲକ ଝାଡ଼ରାଜିଙ୍ଗ ସ୍ଥିତ ଥିବା ବନଦୁର୍ଗା ବୃଦ୍ଧାଶ୍ରମ ରେ  ବୁଧବାର ଦିନ ସାମ୍ବାଦିକ ଭାଗବତ ମେହେରଙ୍କ ନିଜ ଝିଅ  ପ୍ରତ୍ୟୁଷାପ୍ରିୟଦର୍ଶିନୀ ର ଭିନ୍ନଢଙ୍ଗ ରେ ଜନ୍ମ ଦିନ ପାଳନ ସହ, ସ୍ଥାନୀୟ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ଶୀତ ବସ୍ତ୍ର ଦେଇ ଜନ୍ମ ଦିନ ପାଳନ କରିଥିବା ଦେଖିବାକୁ ମିଳିଥିଲା l ଉକ୍ତ  ବୃଦ୍ଧା ଶ୍ରମ ରେ ଥିବା  ଅନାଥ  ବୃଦ୍ଧ. ବୃଦ୍ଧା ଙ୍କୁ ଫଳ, ବିସ୍କୁଟ, ଏବଂ ଶୀତ ବସ୍ତ୍ର ଦେଇ ଝିଅ ର ଶୁଭକାମନା ସହ ଆଶିଷ ଭିକ୍ଷା ଗ୍ରହଣ କରିଥିଲେ l ପରେ ସେଠାରୁ ପୁରୁଣା କଟକ ମେଡିକାଲ ରେ ଥିବା ରୋଗୀଙ୍କୁ ଫଳ, ବିସ୍କୁଟ ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା l ଏହି ଜନ୍ମ ଦିନ ପାଳନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଭାଗବତ ମେହେର, ସ୍ଵ ଧର୍ମଣୀ  ସତ୍ୟଭାମା ମେହେର,ଙ୍କ ସମେତ  ଉକ୍ତ ବନଦୁର୍ଗା ବୃଦ୍ଧା ଶ୍ରମ ର କର୍ମଚାରୀ ସନ୍ତୋଷ ବାବୁ, ସୁବ୍ରତ ବେହେରା, ପ୍ରମୁଖ ସହଯୋଗ କରିଥିଲେ l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦଙ୍କ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS