BREAKING
Loading...
:

ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ.

 ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ.




ଗଣିଆ (ମଣିଭଦ୍ରା ଖବର) ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡ଼ିଗ୍ରୀ ମହାବିଦ୍ୟାଳୟ ଗଣିଆ ଆନୁକୂଲ୍ୟରେ ପୋଷ୍ୟ ଗ୍ରାମ କରଡ଼ାପଡା ଠାରେ ଏକ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଛି l ଉଜାପନୀ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଲଷ୍ମୀକାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ l 





ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଶ୍ରୀ ବ୍ରଜ ମୋହନ ମିଶ୍ର ଯୋଗଦେଇ ଥିଲେ l ଦୁଇ କାର୍ଯ୍ୟକ୍ରମ ଅଧିକାରୀ ଶର୍ମିଲା ଦାଶ ଓ ଭଗବାନ ପୃଷ୍ଟି ଙ୍କ ସହିତ ଅଧ୍ୟାପକ ଅଶୋକ କୁମାର ମିଶ୍ର ,ଶ୍ରୀକାନ୍ତ ଷଡ଼ଙ୍ଗୀ,ଶୁଚିସ୍ମିତା ସାମନ୍ତରାୟଓ କ୍ରୀଡା ଶିକ୍ଷକ ବିନୟ କୁମାର ପରିଡ଼ା ଯୋଗଦେଇ ଜାତୀୟ ସେବା ଯୋଜନା ର ଆବଶ୍ୟକତା ମହତ୍ୱ ଓ ଉପକାରିତା ବିଷୟରେ ବର୍ଣନା କରିଥିଲେ l ସାତଦିନ ଧରି ସ୍ବେଛାସେବୀ ଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ବୃକ୍ଷ ରୋପଣ ଆଜାଦି କି ଅମୃତ ମହୋତ୍ସବ ଓ ସଡ଼କ ସୁରକ୍ଷା ଓ କରୋନା ସଚେତନତା ସମ୍ପର୍କୀତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ଗ୍ରାମ ପରିକ୍ରମା କରିଥିଲେ l ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଭଗବାନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l 


ମଣିଭଦ୍ରା ଖବର, ଗଣିଆ 




Post a Comment

Previous Post Next Post
Header ADS