BREAKING
Loading...
:

ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ସୁପର ଓଭରରେ ନୟାଗଡ଼ କ୍ରିକେଟ ଆସୋସିଏସନ୍ ବିଜୟୀ

 ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨

ସୁପର ଓଭରରେ ନୟାଗଡ଼ କ୍ରିକେଟ ଆସୋସିଏସନ୍ ବିଜୟୀ




ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପୃଷ୍ଠ ପୋଷକତାରେ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼ କପ୍-୨୦୨୨ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଚତୁର୍ଥ ଦିବସ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିବସ ମ୍ୟାଚ ଜୁଭେଲାଇନ୍ କ୍ଲବ କଟକ ଓ ନୟାଗଡ଼ କ୍ରିକେଟ୍ ଆସୋସିଏସନ୍ ମଧ୍ୟରେ ଆୟୋଜନ କରାଯାଇଥିଲା ।  ଆଜିର ଏହି ମ୍ୟାଚକୁ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଉପେନ୍ଦ୍ର କୁମାର ସାହୁ, ଜିଲ୍ଲା ଆଞ୍ଚଳିକ ପରିବହନ ସଂଘର ସଂପାଦକ ଶେଖ୍ ୟୁସୁବ୍ ଓ  ପ୍ରଶାନ୍ତ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ୪ର୍ଥ ଦିବସ୍ ମ୍ୟାଚକୁ ଉଦଘାଟନ କରିଥିଲେ । ଜୁଭେଲାଇନ୍ କ୍ଲବ କଟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ବେଳେ ନୟାଗଡ଼ କ୍ରିକେଟ ଆସୋସିଏସନ ଫିଲ୍ଡିଂ କରିବାକୁ ପଡିଆ ଭିତରକୁ ପ୍ରବେଶ କରିଥିଲେ ।  ଟି-୨୦ ନୟାଗଡ଼ କପ୍ ୪ର୍ଥ ଦିବସ ମ୍ୟାଚରେ ଜୁଭେଲାଇନ୍ କ୍ରିକେଟ୍ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ମୂଲ୍ୟବାନ ୫ଟି ୱିକେଟ୍ ହରାଇ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୧୪୨ରନ୍ ସଂଗ୍ରହ କରିଥିଲେ ।  ଜୁଭେଲାଇନ୍ କ୍ରିକେଟ୍ କ୍ଲବର ଖେଳାଳି ଅଶ୍ୱିନୀ ଖଟେଇ ୪୦ବଲ ଖେଳି ୫ଟି ଚୌକା ଓ ୧ଟି ଛକା ସହାୟତାରେ ୫୦ରନ କରି ଅର୍ଦ୍ଧଶତକ ଇଂନିସ୍ ଖେଳିଥିଲେ । ତେବେ ଦ୍ୱିତୀୟ ଇଂନିସ୍ ଖେଳରେ ନୟାଗଡ଼ କ୍ରିକେଟ୍ ଆସୋସିଏସନ୍ ୧୪୩ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ପ୍ରବେଶ କରି ଚମକ୍ରାର ଖେଳ ପ୍ରର୍ଦଶନ କରିଥିଲେ ।  ତେବେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।  ନୟାଗଡ଼ କ୍ରିକେଟ୍ ଆସୋସିଏସନ୍ ନିର୍ଦ୍ଧାରିତ ୨୦ଓଭରରେ ମୂଲ୍ୟବାନ ୮ଟି ୱିକେଟ୍ ହରାଇ ୧୪୨ରନ୍ କରି ମ୍ୟାଚକୁ ବରାବର୍ କରିଥିଲେ ।  ତେବେ ବିସିସିଆଇ ନୟମ ଅନୁଯାୟୀ ଉଭୟ ଦଳ ସୁପର ଓଭର ଖେଳିଥିଲେ ।  ସୁପର ଓଭରରେ ନୟାଗଡ଼ କ୍ରିକେଟ ଆସୋସିଏସନ୍ ୨ଟି ୱିକେଟ୍ ହରାଇ ୪ରନ କରିଥିବା ବେଳେ ଜୁଭେଲାଇନ୍ କ୍ଲବ କଟକ ୨ଟି ଓି୍ୱକେଟ୍ ହରାଇ ୨ରନ୍ କରି ପରାଜୟ ହେଇଥିଲେ ।  ନୟାଗଡ଼ କ୍ରିକେଟ୍ ଆସୋସିଏନର ଖେଳାଳୀ ଅଙ୍କିତ୍ ଅର୍ଣ୍ଣଭ୍ ୨୩ଟିକ୍ଲ ସମ୍ମୁଖୀନ କରି ୬ଟି ଚୌକା ମାଧ୍ୟମରେ ୩୬ରନ କରିଥିଲେ ।  ଜୁଭେଲାଇନ୍ କ୍ଲବ୍ ପକ୍ଷରୁ ରାମଚନ୍ଦ୍ର ବେହେରା ୪ଓଭରରେ ୨୭ରନ ବ୍ୟୟ କରି ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।  ଆଜିର ମ୍ୟାଚରେ ଯୁଗ୍ମ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ଅଙ୍କିତ୍ ଅର୍ଣ୍ଣଭ୍ ଓ ପ୍ରଶାନ୍ତ ରାଣାଙ୍କୁ ବିବେଚିତ ଘୋଷଣା କରାଯାଇଥିଲା ।  ଯୁଗ୍ମ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଖେଳାଳୀ ଅଙ୍କିତ ଓ ପ୍ରଶାନ୍ତଙ୍କୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଓ ସମାଜସେବୀ ବିଶ୍ୱରଂଜନ ପ୍ରଧାନ ଟ୍ରଫି ସହ ପୁରଷ୍କାର ପ୍ରଦାନ କରିଥିଲେ ।  ଆଜିର ଏହି ମ୍ୟାଚକୁ ବିସିସିଆଇ ଲେବୁଲ୍ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ, ଓସିଏ ଅମ୍ପୟାର ବିଭୂ ପ୍ରସାଦ ଚୌଦୁରୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ ମିଶ୍ର ଓ ଆସୁତୋଷ ମିଶ୍ର ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ । ସେହିପରି ଅନଲାଇନ୍ ଓ ଅଫଲାଇନ୍ ସ୍କୋରର ସୁଶିଲ୍ କୁମାର ସୁନ୍ଦରାୟ ସହଯୋଗ କରିଥିଲେ ।  ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଏସ୍.ବି ଇଲେଭେନ୍ ବନାମ ପୋଷ୍ଟାଲ ଓଡ଼ିଶା ମଧ୍ୟରେ ହେବ ବୋଲି ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଂପାଦକ ସଂଗ୍ରାମ କୁମାର ଗୁମାନସିଂ ସୂଚନା ଦେଇଛନ୍ତି ।


ମଣିଭଦ୍ରା ଖବର ନୟାଗଡ 

Post a Comment

أحدث أقدم
Header ADS