ଖାଲମଡା ଗ୍ରାମ ବର୍ଷୀଆନ ବିଜେଡ଼ି ନେତା ପୁରୁଷୋତ୍ତମ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ବିଜେଡ଼ି ର ଗଡ ରୂପେ ପରିଚିତ।ପ୍ରତି ନିର୍ବାଚନ ରେ ବିଜେଡ଼ି କୁ ଅଦ୍ଭୁତ ପୂର୍ବ ସଫଳତା ଦିଏ ଖାଲମଡା ଗ୍ରାମ।ଏହି ସଫଳତା ହାସଲ ପାଇଁ ଦୀର୍ଘବର୍ଷ ଧରି ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମୀ ଏବଂ ସଂଗଠକ ଭାବେ କାର୍ଯ୍ୟ କରି ପୁରୁଷୋତ୍ତମ ପରିଡ଼ା ନୂଆଗାଁ ବ୍ଲକ୍ ରେ ପରିଚିତ ଥିଲେ ।ହେଲେ ୧୧ ଦିନ ପୂର୍ବେ ହଠାତ୍ ପେଟରେ ଗ୍ୟାସ ଯନ୍ତ୍ରଣା ହେବା ସହ ଶ୍ୱାସ ରୁଦ୍ଧ ହୋଇ ପୁରୋଷୋତମ୍ ଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ପୁରୋଷୋତମ ଙ୍କ ଏକାଦଶାହ କାର୍ଯ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ଜିଲ୍ଲା ବିଜେଡ଼ି ଉପ ସଭାପତି ତଥା ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ଜିଲ୍ଲା ଯୁବ ବିଜେଡ଼ି ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମନାଭ ପରିଡ଼ା,ନାଏବ ସରପଞ୍ଚ ବସନ୍ତ ପ୍ରଧାନ, ଗୂମି ସମିତି ସଭ୍ୟ ତଥା ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ, ବାହାଡ଼ ଝୋଲା ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସୁଶାନ୍ତ କୁମାର ପଢ଼ିଆରୀ, ଜାକେଡା ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ,ବରିଷ୍ଠ ବିଜେଡି ନେତା ତ୍ରିଲୋଚନ ପରିଡ଼ା,ନୂଆଗାଁ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ନାୟକ, ଖାଲମଡ଼ା ଗ୍ରାମ ସେବା ସମବାୟ ସମିତି ସଭାପତି ପ୍ରକାଶ ପ୍ରଧାନ ଙ୍କ ସମେତ ବହୁ ବିଜେଡ଼ି ନେତା କର୍ମୀ ସ୍ବର୍ଗତ ପୁରୁଷୋତ୍ତମ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।ପୁରୁଷୋତ୍ତମ ଙ୍କ ଏକ ୪ ବର୍ଷ ର ଝିଅ ଥିବାରୁ ତାଙ୍କ ମୃତ୍ୟୁ ର ସମସ୍ତ କାର୍ଯ୍ୟ ତାଙ୍କ ପୁତୁରା ନୂଆଗାଁ ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା କରିଥିଲେ।ପୁରୁଷୋତ୍ତମ ଙ୍କ ଅକାଳ ବିୟୋଗରେ ଗ୍ରାମ ଏବଂ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment