BREAKING
Loading...
:

ଲାଞ୍ଚ ନେଇ ନିଲମ୍ବିତ ହେଲେ ଆଇଆଇସି

 ଲାଞ୍ଚ ନେଇ ନିଲମ୍ବିତ ହେଲେ ଆଇଆଇସି 




ବଲାଙ୍ଗୀର, (୦୯/୧୨) : ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଥିବା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଆଇଆଇସି ଆଲୋକ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି । ବର୍ତ୍ତମାନ୍ ଥାନା ଅଧିକାରୀ ଭାବେ ବି,ରୁଦ୍ରିଆ ଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି। ସେ ପୂର୍ବେ ତୁଷୁରା ଓ ପୁଇନ୍ତଲା ଥାନା ରେ ଦାୟିତ୍ୱ ରତ ଥିଲେ ।

ଡିଜିପି ସୁନିଲ ବଂଶଲ ଆଲୋକ ବେହେରାଙ୍କୁ ନିଲମ୍ବନ କରିଥିବା ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଲୋକ । ଏହି ମାମଲାର ଚାର୍ଜସିଟ୍‌ରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ ନାଁ ଥିଲା । ତେବେ ଦୁର୍ଭାଗ୍ୟବଶତଃ ଟଙ୍କା ପତ୍ନୀଙ୍କ ଆକାଉଣ୍ଟକୁ ଚାଲି ଆସିଥିବା ଅଜିତ୍ ପୁଲିସକୁ କହିଥିଲେ । ହେଲେ ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ନୀଙ୍କ ନାଁ ଚାର୍ଜସିଟ୍‌ରୁ କାଟିବାକୁ ସିନ୍ଧେକେଲା ଆଇଆଇସି ଆଲୋକ କୁମାର ବେହେରା ୫୦ ହଜାର ଟଙ୍କା ଦାବି କରିଥିବା ବେଳେ ଡିଲ୍ ୨୫ ହଜାର ଟଙ୍କାରେ ଛିଡ଼ିଥିଲା ।


ଅଜିତ୍ ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ । ଗତ ୪ ତାରିଖରେ ନିଜ ଚାମ୍ବରରେ ଆଲୋକ ବେହେରାଙ୍କୁ ଅଜିତ୍ ତାଙ୍କ ଚାମ୍ବରରେ ୨୫ ହଜାର ଟଙ୍କା ଦେଇଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଆଲୋକ କୁମାର ବେହେରା ପ୍ରାୟ ବର୍ଷେ ହେବ ଚାକିରିରେ ଯୋଗ ଦେଇଥିଲେ। । 


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 



Post a Comment

Previous Post Next Post
Header ADS