ଦଶପଲ୍ଲା ଏ ଏନ୍ ଏମ କର୍ମୀ ଓ ଆସା ସାଥୀ ଙ୍କୁ ନେଇ ପ୍ରଶିକ୍ଷଣ
ଦଶପଲ୍ଲା (ମଣିଭଦ୍ରା ଖବର)ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୨୬ତା ଶନିବାର ଦିନ ଏ ଏନ୍ ଏମ କର୍ମୀ ଓ ଆସା ସାଥୀ ଙ୍କୁ ନେଇ ଏକ ଦିନିକିଆ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ସେକ୍ଟର ସ୍ବାସ୍ଥ୍ୟ ଅଫିସର ଡି ଆର ସସ୍ମିତା ବେହେରା ଯୋଗଦେଇଥିଲେ।ବୈଠକ ରେ ଦଶପଲ୍ଲା ଅଞ୍ଚଳରେ ସ୍ଥିତି ବାଲ୍ୟ ବିବାହ ହେବାର ର କାରଣ ଓ ନିରାକରଣ, ବାଲ୍ୟବିହାର ର କୂପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ସହିତ ପ୍ରତେକ୍ ଗ୍ରାମ ରେ ନିଜ ନିଜର ଦାୟିତ୍ଵ ଓ ସି ୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଯଥା ଶୀଘ୍ର ନିଜ ଅଞ୍ଚଳ କୁ ବଲ୍ୟବିହା ମୁକ୍ତ କରିବା ପାଇଁ ଆଲୋଚନା ରଖିଥିଲେ। ବୈଠକ ରେ ଦଶପଲ୍ଲା ସେକ୍ଟର ର ୪୭ଜଣ ଆସା ସାଥୀ ଯୋଗଦେଇଥିବା ବେଳେ ୭ଜଣ ଏ ଏନ୍ ଏମ କର୍ମୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଟିକୁ C3 ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସ୍ଥାନୀୟ ସଂଯୋଜକ ନିକି ପ୍ରଧାନ, ସୁଭାଶିଷ ମିଶ୍ର , ପ୍ରିୟଙ୍କା ବରାଡ, ସ୍ୱାତିରେଖା ଦାସ, ପ୍ରସନ ବାଘସିଂ, ଚିନ୍ମୟ କୁମାର ପ୍ରଧାନ କାର୍ଯ୍ୟକ୍ରମ କୁ ସୂଚାରୁରୂପେ ସମ୍ପାଦନା କରିଥିଲେ। ଦଶପଲ୍ଲା ଅଞ୍ଚଳ କୁ ସମ୍ପୂର୍ଣ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ। ପରିଶେଷରେ ସି ୩ ଦ୍ଵାରା ପ୍ରସ୍ତୁତ ସଚେତନା ବାର୍ତ୍ତା ଦେଉଥିବା ଭଳି ଭିଡିଓ ପଦର୍ଶନ କରାଯାଇଥିଲା।
ମଣିଭଦ୍ରା ଖବର ନୟାଗଡ
Post a Comment