BREAKING
Loading...
:

ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ଉପରେ ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ

 ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ର  ଅଗ୍ରଗତି ଉପରେ ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ




ନୂଆଗାଁ( ମଣିଭଦ୍ରା ଖବର)ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ସବିଶେଷ ତଥ୍ୟ ପାଇଁ ବିଧାନ ସଭାରେ ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ତାରକା ପ୍ରଶ୍ନ ସଂଖ୍ୟା ୨୯ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ବ୍ଲକ୍ ଠାରେ ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକ ଷ୍ଟେଜ - ୧,ଷ୍ଟେଜ - ୨ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ର ବର୍ତ୍ତମାନ ସ୍ଥିତି କଣ ତାହାର ସବିଶେଷ ତଥ୍ୟ ଏବଂ କ୍ଷତି ପୂରଣ   ବନୀକରଣ ପାଇଁ   କେତେ ଜମି ଓ କେତେ ସଂଖ୍ୟାରେ ବୃକ୍ଷରୋପଣ କରିବାର ଆବଶ୍ୟକତା ଅଛି ଏବଂ ଏ ଦିଗରେ  ନୟାଗଡ ଜିଲ୍ଲାର କେଉଁ କେଉଁ ଫରେଷ୍ଟ ରେଞ୍ଜ ଓ ତହସିଲ  ରେ କେତେ ପରିମାଣର  ଜଙ୍ଗଲ ଜମି  ଚିହ୍ନଟ କରାଯାଇଛି ଓ ସେଥିରେ କେତେ ପରିମାଣରେ ବୃକ୍ଷରୋପଣ କରାଯାଇ ପାରିବ କେତେ ପରିମାଣର ଜଙ୍ଗଲ ଜମିକୁ କେଉଁ କେଉଁ ଜିଲ୍ଲାରେ ଚିହ୍ନଟ କରାଯାଇଛି ତାହାର ସବିଶେଷ ତଥ୍ୟ ପ୍ରଦାନ ପାଇଁ     ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ।ଉତ୍ତରରେ  ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ବୃତଙ୍ଗ ବୃହତ୍ ଜଳ ସେଚନ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ନିକାସ ପ୍ରାପ୍ତ ହୋଇଅଛି।ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ନିକାସ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରେରଣ କରାଯାଇଥିଲା ଏବଂ ଏହା ଉପରେ କେତେକ ଆପତ୍ତି ପ୍ରାପ୍ତ ହୋଇଥିଲା।ଉକ୍ତ ଆପତ୍ତି ଗୁଡ଼ିକ ଅନୁପାଳନ କରି ବନଖଣ୍ଡ ଅଧିକାରୀ ନୟାଗଡ ଙ୍କ ନିକଟକୁ ପ୍ରେରଣ କରାଯାଇଛି।ଉକ୍ତ ପ୍ରକଳ୍ପର ପର୍ଯ୍ୟବରଣ ନିକାସ ୨୦୧୬ ମସିହା ପର୍ଯ୍ୟନ୍ତ ବୈଧତା ଥିଲା।ପରବର୍ତ୍ତୀ ପର୍ଯ୍ୟାବରଣ ନିକାସ ନିମନ୍ତେ  ନିବେଦନ ର ନିବନ୍ଧନ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ ଅନୁମୋଦନ  ପ୍ରାପ୍ତ ହୋଇଛି।ଏହାର ପରିବେଶ ପରିଚାଳନା ଯୋଜନା ଓ ପରିବେଶ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଟେଣ୍ଡର ଆହ୍ବାନ କରିବା ପାଇଁ ଯୋଜନା ଚାଲୁ ରହିଅଛି।ପ୍ରଥମ କ୍ଷତିପୂରଣ ବନୀକରଣ ନିମନ୍ତେ ହେକ୍ଟର ପ୍ରତି ୩୦୦ ଗଛ ଲଗାଇବା ପାଇଁ ପରିକଳ୍ପନା କରାଯାଇଥିଲା ମାତ୍ର ପୁନଃ ସଂଶୋଧନ ପରିକଳ୍ପନା ରେ ହେକ୍ଟର ପ୍ରତି ୧୦୦୦ ଗଛ ଲଗାଇବା ପାଇଁ ସ୍ଥିରୀକୃତ ହୋଇଛି।ସେଥିପାଇଁ ନୟାଗଡ ବନଖଣ୍ଡ ଅଧିକାରୀ ରେଞ୍ଜର ମାନଙ୍କୁ ପ୍ରାୟ ୧୫୨୪.୧୭ ହେକ୍ଟର ବନୀକରଣ ଜମି ଯାଞ୍ଜ କରି ହେକ୍ଟର ପ୍ରତି ୧୦୦୦ ଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଗଣିଆ ରେଞ୍ଜ ଓ ତହସିଲରେ ୪୪୩.୬୨ , ମହିପୁର ରେଞ୍ଜ ଓ ନୂଆଗାଁ ତହସିଲ ରେ ୨୭୮.୮୪ ହେକ୍ଟର ଜମିରେ ବନୀକରଣ ହେବ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 



Post a Comment

Previous Post Next Post
Header ADS