ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍କାଉଟ, ଗାଇଡ଼ ପ୍ରତିଷ୍ଠା ଦିବସ ପାଳିତ
ଖଣ୍ଡପଡ଼ା ( ମଣିଭଦ୍ରା ଖବର) ସ୍କାଉଟ ଗାଇଡ଼ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଖଣ୍ଡପଡା ତ୍ରିନାଥ ଛକରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ହେଲମେଟ ପିନ୍ଧି ବାଇକ ଚଳାଇବା ହେଉ କିମ୍ବା ଚାରି ଚକିଆ ଗାଡି ଚଳାଇବା ସିଟ ବେଲ୍ଟ ପିନ୍ଧି ଗାଡି ଚଳାଇବା ପାଇଁ ଛାତ୍ର/ ଛାତ୍ରୀ ମାନେ ଏ ସମ୍ପର୍କରେ ଆରୋହୀ ମାନଙ୍କୁ ସଚେତନ କରାଇଥିଲେ l ଯେଉଁ ମାନେ ଏହାକୁ ଉଲଂଘନ କରୁଥିଲେ ସେମାନଙ୍କୁ ଚକୋଲେଟ ଦେବା ସହ ସଚେତନ କରାଉଥିଲେ l ଛାତ୍ର / ଛାତ୍ରୀ ମାନଙ୍କ ଏହି ମହନୀୟ କାର୍ଯ୍ୟକୁ ବୁଦ୍ଧି ଯିବି ମହଲରୁ ପ୍ରଶଂସା କରାଯାଇଛି l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ l
Post a Comment