BREAKING
Loading...
:

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

 ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।ସୂଚନା ଅନୁଯାୟୀ ଲୁଣିସରା ଗ୍ରାମ ର ସତ୍ୟ ପ୍ରଧାନ ( ୪୫) ସଂନ୍ଧ୍ୟାବେଳେ କୌଣସି ଏକ କାର୍ଯ୍ୟରେ ସୋରଡ଼ା ରୁ ଗ୍ରାମ କୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ।ଖବର ପାଇ ନୂଆଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସତ୍ୟ ଙ୍କୁ ଗାଡ଼ି ଦ୍ଵାର ଦଶପଲ୍ଲା ଚିକିତ୍ସାଳୟ କୁ ନେଇଥିଲେ।ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।ନୂଆଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS