BREAKING
Loading...
:

ଜିଲ୍ଲା ପରିଷଦ ବିଦ୍ୟାଧର ବିଶୋଇଙ୍କ ମାତୃ ବିୟୋଗ

 ଜିଲ୍ଲା ପରିଷଦ ବିଦ୍ୟାଧର ବିଶୋଇଙ୍କ ମାତୃ ବିୟୋଗ




ବେଲଗୁଣ୍ଠା (ମଣିଭଦ୍ରା ଖବର) ,ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜିଲିବା ଗ୍ରାମ ର 49 ନଂ ଯୋନ ର ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋଇଙ୍କ ମା ମାୟା ବିଷୋୟୀ 87 ଙ୍କ ଦେହାନ୍ତ ହୋଇଛି । ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କର ଚାରି ପୁତ୍ର , ପୁତ୍ରବଧୁ , ଦୁଇଝିଅ ଓ ଜାମାତା ଏବଂ ନଟିନାତୁଣୀ ପାର୍ଥିବସରିର ନିକଟରେ ଉପସ୍ଥିତ ଥିଲେ ।ମୃତ୍ୟୁ ଖବର ଶୁଣି ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଶେଷ ଦର୍ଶନ କରିବାପାଇଁ ଆସିଥିଲେ ।ପଞ୍ଚାୟତ ସମିତି ଅଧକ୍ଷ ପ୍ରଶାନ୍ତ କୁମାର ନାୟକ,ମଙ୍ଗଳପୁର ସରପଞ୍ଚ ପ୍ରତିନିଧି ଜ୍ୟୋତି ରଞ୍ଜନ ନାୟକ,ବଡ଼ବୋରସିଙ୍ଗି ସରପଞ୍ଚ ରାମେଶ୍ୱର ପାତ୍ର, ପିତାମ୍ବର ଆପଟ,ସ୍ୱାମୀବିବେକାନନ୍ଦ ଶିକ୍ଷାକେନ୍ଦ୍ର ମଙ୍ଗଳପୁର ସଭାପତି ମାଧବ ଚନ୍ଦ୍ର ଆପଟ ସମେତ ବହୁ ମାନ୍ୟ ଗଣବ୍ୟକ୍ତି ଉପସ୍ଥିତ ରହି ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ  ଅର୍ପଣ କରିଥିଲେ।ଶୋକାକୁଳ ପରିବେଶରେ ନିଜ ଗ୍ରାମ ଶ୍ୱାସନ ରେ ସବସଂସ୍କାର କରାଯାଇଥିଲା।


ଗଞ୍ଜାମ ବେଲଗୁଣ୍ଠା ରୁ ଜଗନ୍ନାଥ ନାୟକ ଙ୍କ ରିପୋର୍ଟ ମଣିଭଦ୍ର ଖବର

Post a Comment

Previous Post Next Post
Header ADS