BREAKING
Loading...
:

ପୋଖରୀରେ ବୁଡି ୪ ବର୍ଷ ୪ ମାସ ଶିଶୁର ମୃତ୍ୟୁ

 ପୋଖରୀରେ ବୁଡି ୪ ବର୍ଷ ୪ ମାସ ଶିଶୁର ମୃତ୍ୟୁ




ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ରେ ଥିବା ପୋଖରୀରେ ବୁଡି ୪ ବର୍ଷ ୪ ମାସ ଶିଶୁ ର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ଖାଲ ମଡା ଗ୍ରାମ ର ବିପିନ ବିହାରୀ ପରିଡ଼ା ଙ୍କ ୪ ବର୍ଷ ୪ ମାସ ର ଶିଶୁ ଆୟୁଷ୍ମାନ ପରିଡ଼ା ଦିନ ୧୦ ଟା ସୁଦ୍ଧା ଘରକୁ ଫେରି ନଥିଲେ।ଘରକୁ ଆୟୁଷ୍ମାନ ଫେରିନଥିବାରୁ ଘରଲୋକ ସାଇ ପଡ଼ିଶା ଲୋକଙ୍କୁ ପଚାରିଥିଲେ।ଆୟୁଷ୍ମାନ ର ପତ୍ତା ନ ମିଳିବାରୁ ଗ୍ରାମ   ଚତୁପାର୍ଶ୍ଵ ଖୋଜିଥିଲେ।କିନ୍ତୁ ପତ୍ତା ନ ମିଳିବାରୁ କୂଅ କିମ୍ବା ପୋଖରୀରେ ବୁଡିଯାଇଥିବା ସନ୍ଦେହ କରି  ନୂଆଗାଁ ଦମକଳ ବାହିନୀ କୁ ଖବର ଦେଇଥିଲେ।ଗ୍ରାମବାସୀ ଏବଂ ଦମକଳ ବାହୀନି ମିଶି କୂଅ ପୋଖରୀ ଖୋଜିବା ପରେ ଘର ବାରିପଟେ ଥିବା ପୋଖରୀରୁ ଆୟୁଷ୍ମାନ କୁ ଉଦ୍ଧାର କରିଥିଲେ।ଆୟୁଷ୍ମାନ କୁ ଦମକଳ ଗାଡ଼ି ଦ୍ଵାରା ମହିପୁର ଏବଂ ସେଠାରୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ସେଠାରେ ଆୟୁଷ୍ମାନ କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS