BREAKING
Loading...
:

ମନ୍ଦିର ଦର୍ଶନ କୁ ଆସି ପଥରରୁ ଖସି ବାଳକ ଗୁରୁତର

 ମନ୍ଦିର ଦର୍ଶନ କୁ ଆସି ପଥରରୁ ଖସି ବାଳକ ଗୁରୁତର



ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର) ୦୭/୧୧(ସମିସ )ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମରେ ଥିବା ବାବା କେଦାରେଶ୍ୱର ଶୈବପୀଠ କୁ ଦର୍ଶନ କରିବାକୁ ଆସି ଜଣେ ବାଳକ ପଥର ଉପରୁ ତଳକୁ ଖସିପଡ଼ି ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ କାର୍ତ୍ତିକ ମାସ ଶେଷ ସୋମବାର ଏବଂ ଚତୁର୍ଦ୍ଦଶୀ ଥିବାରୁ  ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା ।ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ଛତ୍ରପୁର ଗ୍ରାମର ପ୍ରବୀଣ ଭୋକ୍ତା (୯) ନିଜ ପରିବାରଙ୍କ ସହିତ ରାମଗଡ଼ ସ୍ଥିତ ବାବା କେଦାରେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ ।ପ୍ରବୀଣ ନିଜ ପରିବାର ଠାରୁ ଦୂରେଇଯାଇ ଏକ ପଥର ଉପରେ ଖେଳୁଥିବା ସମୟରେ ହଠାତ୍ ଗୋଡ଼ଖସି ୧୫ ଫୁଟ ତଳେ କଚାଡି ହୋଇ ପଡି ଯାଇଥିଲେ । ତାଙ୍କ ମୁଣ୍ଡ ଓ କାନରେ ଗଭିର ଭାବେ ଆଘାତ ଲାଗି ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ପ୍ରବିଣ ଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା କରି  ୧୦୮ ଆମ୍ଭୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି  ।


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ରିପୋର୍ଟ

Post a Comment

أحدث أقدم
Header ADS