BREAKING
Loading...
:

ବନ ବିଭାଗ ଦ୍ଵାରା ଶାଳ ଲଗ୍ ଓ ଗାଡ଼ି ଜବତ

 ବନ ବିଭାଗ ଦ୍ଵାରା ଶାଳ ଲଗ୍ ଓ ଗାଡ଼ି ଜବତ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧୀନରେ ଥିବା ରଗଡ଼ି ମଡା ସଂରକ୍ଷିତ ଜଙ୍ଗଲରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରି ଶାଳ ଲଗ୍ ଜବତ କରିବା ମହିନ୍ଦ୍ରା ମ୍ୟାସ୍କୋମୋ ଗାଡ଼ି ଜବତ କରିଛି।ସୂଚନା ଅନୁଯାୟୀ କାଠ ମାଫିଆ ମାନେ ଗତକାଲି ରାତ୍ରରେ ମ୍ୟାସ୍କମୋ ଗାଡ଼ି ନଂ ( ଓଡି ୨୫ ଏ ୩୫୯୮) ରେ ୪ ଟି ଶାଳ ଲଗ୍ ଲୋଡ୍ କରୁଥିବା ନେଇ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। ବନ ବିଭାଗ କର୍ମଚାରୀ ଆସିବା ସୂଚନା ପାଇ ଘଟଣା ସ୍ଥଳରୁ କାଠ ମାଫିଆ ମାନେ ଚମ୍ପଟ ମାରିଥିଲେ।ଘଟଣା ସ୍ଥଳରୁ ବନ ବିଭାଗ ଶାଳ ଲଗ୍ ଏବଂ ଗାଡ଼ି ଜବତ କରି ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ ସୂଚନା ଦେଇଛନ୍ତି।ଚଢ଼ାଉ ସମୟରେ ଗୁମି ଫରେଷ୍ଟର ପବିତ୍ର ପରିଡ଼ା, ମହିତମା ଫରେଷ୍ଟର ରାକେଶ ସାହୁ ଙ୍କ ସମେତ ବିଭିନ୍ନ ବିଟ ର ଗାର୍ଡ ଉପସ୍ଥିତ ଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS