ବାଲ୍ୟ ବିବାହ ନିରାକରଣ ଓ ପାରିବାରିକ ହିଂସା ସଚେତନତା ରଥ ଉଦଘାଟିତ
ଗଣିଆ ୨୩/୧୧(ମଣିଭଦ୍ରା ଖବର) ବାଲ୍ୟ ବିବାହ ନିରାକରଣ ଓ ପାରିବାରିକ ହିଂସା ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି ସଚେତନତା ରଥ ବୁଧବାର ଦିନ ପୂର୍ବାହ୍ନରେ ଗଣିଆ ବ୍ଲକ କାଯ୍ୟାଳୟ ପରିସରେର ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ଝୁନା ଜେନା ପତାକା ଦେଖାଇ ସଚେତନତା ରଥର ଉଦଘାଟନ କରିବା ସହିତ ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି , ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି କହିଥିଲେ । ସମ୍ନାନିତ ଅତିଥିଭାବେ ସିଡିପିଓ ସୌଦାମିନି ପଣ୍ଡା ଓ ସୁପରଫାଇଜରଙ୍କ ଏସଏଚଜି ଗ୍ରୁପର ସଦସ୍ୟମାନେ ଉପସ୍ଥିତ ଥିଲେ ! ଏହି ସଚେତନତା ରଥ ଗଣିଆ ବ୍ଲକର ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ବାଲ୍ୟ ବିବାହ ଓ ଘରୋଇ ହିଂସାରୁ ଶିଶୁକୁ ସୁରକ୍ଷା ଦେବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା ! ବିଶେଷ କରି ଗାଁ ଗାଁରେ ଏହି ରଥ ପରିକ୍ରମା କରି ବାଲ୍ୟ ବିବାହ, ଶିଶୁ ଅପରାଧ, ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସାକୁ ରୋକିବାକୁ ଜନ ସଚେତନତା ସୃଷ୍ଟି କରିବା ବୋଲି ସିଡିପିଓ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର ଗଣିଆ ନୟାଗଡ
Post a Comment