BREAKING
Loading...
:

ପାଟଣା ଷ୍ଟେଟ ର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଙ୍କ ନାଁ ରେ ନମିକୃତ ହେବ କୋଶଳ କଳା ମଣ୍ଡଳ ପଡ଼ିଆ।

 ପାଟଣା ଷ୍ଟେଟ ର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଙ୍କ ନାଁ ରେ ନମିକୃତ ହେବ କୋଶଳ କଳା ମଣ୍ଡଳ ପଡ଼ିଆ।




ବଲାଙ୍ଗୀର( ମଣିଭଦ୍ରା ଖବର): ଆସନ୍ତା ନଭେମ୍ବର ୧ ତାରିଖ ଦିନ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ ବଲାଙ୍ଗୀର ଦିନ ଆୟୋଜକ କମିଟି ତରଫରୁ ଧୁମ୍‌ଧାମ୍‌ରେ ପାଳିତ ହେବାକୁ ଯାଉଛି ବଲାଙ୍ଗୀର ଦିନ ଉତ୍ସବ । ଏଥିପାଇଁ ଆୟୋଜକ କମିଟି ତରଫରୁ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଆଜି କମିଟିର ନିଷ୍ପତ୍ତି କ୍ରମେ ନଭେମ୍ବର ୧ ତାରିଖ ଦିନ ବଲାଙ୍ଗୀର ଦିନ୍ ପାଳନ ଉତ୍ସବ ଉପଲକ୍ଷେ କୋଶଳ କଳାମଣ୍ଡଳ ପଡିଆର ନୁଆଁ ମଂଚକୁ ଆଠଗାଁ ଜମିଦାର ତଥା ପାଟଣା ଷ୍ଟେଟ୍ ର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାନ୍‌ଧାତା ଙ୍କ ନାମରେ ଉତ୍ସର୍ଗୀକୃତ କରାଯିବ । ଆଜି ସଂଧ୍ୟାରେ ସ୍ଥାନୀୟ ଅମଲା ଭବନ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବଲାଙ୍ଗୀର ଦିନ ଆୟୋଜକ କମିଟିର ମୁଖ୍ୟ ସଂଯୋଜକ ଗୋପାଳଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସଭ୍ୟ/ସଭ୍ୟ ମାନେ ଯୋଗ ଦେଇଥିଲେ ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS