ଭୂବନେଶ୍ବର କୁମ୍ଭମେଳାରେ ରୋଟାରୀ କ୍ଲବ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର
ଭୂବନେଶ୍ବର (ମଣିଭଦ୍ରା ଖବର) ରୋଟାରୀ କ୍ଲବ ଅଫ୍ ଫ୍ଳେମିଗୋ ଏବଂ ରୋଟାରୀ କ୍ଲବ ଅଫ୍ କନଫ୍ଳୁଏନସ ମିଳିତ ସହଯୋଗରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ନଭେମ୍ବର ୨୭ ତାରିଖ ଠାରୁ ଆରମ୍ଭ ହୋଇ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରୋଟାରୀ କ୍ଲବ ଅଫ୍ ଫ୍ଳେମିଗୋର ରୋଟାରିୟନ ପଙ୍କଜ କୁମାର ସାହୁ ଜଣାଇଛନ୍ତି । କୁମ୍ଭ ମେଳା ପରିସରରେ ଷ୍ଟଲ୍ ନମ୍ବର ୨୨ରେ ପ୍ରତ୍ୟେକ ଦିନ ସଂଧ୍ୟା ୪ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟ ଶିବିର ଚାଲୁ ରହିବ । ପ୍ରଥମ ଦିନରେ ବହୁତ ରୋଗୀ ପହଞ୍ଚି ସେଠାରେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଠାରେ ବିଭିନ୍ନ ବିଭାଗୀୟ ଡାକ୍ତର ଯୋଗ ଦେଇ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ ଅଫ୍ ଫ୍ଳେମିଗୋର ସଭାପତି ଡ଼ଃ ସ୍ମିତା ସିନ୍ହା ଏବଂ ରୋଟାରୀ କ୍ଲବ ଅଫ୍ କନଫ୍ଳୁଏନସର ସଭାପତି ଡ଼ଃ ସୈଭିକ ସିଙ୍ଗ ପରିଚାଳନା କରୁଥିବା ବେଳେ ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଛନ୍ତି । କୁମ୍ଭମେଳାରେ ଏଭଳି ସ୍ବାସ୍ଥ୍ୟ ମେଳା ଫଳରେ ଜନସାଧାରଣଙ୍କ ତରଫରୁ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ରିପୋର୍ଟ ମଣିଭଦ୍ରା ଖବର ଭୂବନେଶ୍ବର
Post a Comment