ଜ଼ିଲ୍ଲା ରେଡ଼କ୍ରସ କୁ ଆର୍ଥିକ ସହାୟତା କଲେ ସୁବର୍ଣ୍ଣପୁର ଏସପି l --
ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜ଼ିଲ୍ଲା ରେ ସିପି ରେ ପୀଡିତ ସମସ୍ତ ଶିଶୁ ମାନଙ୍କ ଯତ୍ନ ଓ ରକ୍ଷଣା ବେକ୍ଷଣ ପାଇଁ ଜ଼ିଲ୍ଲା ରେଡ଼କ୍ରସ ସାମାଜିକ ସୁରକ୍ଷା ଓ ସେରିବ୍ରାଲ ପଲସି କମିଟି କୁ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଜରିଆରେ ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା 10000/ - ଟଙ୍କା ସହାୟତା ପ୍ରଦାନ କରିଛନ୍ତି l ସେହିପରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ଭୋଇ ମଧ୍ୟ ସିପି ପୀଡିତଙ୍କ ସହାୟତା ନିମନ୍ତେ 3000/-ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି l ଏସପି ଶ୍ରୀ ପଣ୍ଡା ଓ ଜ଼ିଲ୍ଲା ପୋଲିସ ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ର ସମାଜ ପ୍ରତି ଥିବା ଉଦାରତା ଓ ଅଭିନଵ ପଦକ୍ଷେପ କୁ ଜ଼ିଲ୍ଲା ର ବୁଦ୍ଧିଜୀବୀ ପ୍ରଶଂସା କରିଥିବା ବେଳେ ଜିଲ୍ଲାର ସି ପି ପୀଡିତଙ୍କ ସହାୟତା ନିମନ୍ତେ ସମସ୍ତେ ସହଯୋଗ ର ହାତ ବଢ଼ାଇବାକୁ ଅନୁରୋଧ କରାଯାଇଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment