କ୍କଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡ଼ାଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଳକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ସମାଜ ସେବୀ ଦାଶରଥି ପ୍ରଧାନ, ପାରା ଢ଼ିପି ଗ୍ରାମ ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ସମାଜ ସେବୀ ଶଙ୍କର୍ଷଣ ବେହେରା , ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋସ୍ନା ରାଣୀ ସେଠୀ, ଚିନ୍ତାମଣି ବିଦ୍ୟାପୀଠ ସଂପଡା ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ପୂର୍ବତନ ସି ଆର୍ ସି ସି ଧୀରେନ୍ଦ୍ର କୁମାର ସାହୁ, , ମଦନ ମଦନ ମୋହନ ପ୍ରଧାନ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ତର୍କ,ବକ୍ତୃତା,ଚିତ୍ରାଙ୍କନ,ରଚନା ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସର୍ବଶେଷରେ ପ୍ରଧାନ ଶିକ୍ଷକ ଫୁଲୋଚନ କହଁର ଧନ୍ୟବାଦ ଅର୍ପଣ କରିଥିଲେ |ସେହିପରି ସି ଆର୍ ସି ସି କୈଳାସ ଚନ୍ଦ୍ର ନାଏକ ଙ୍କ ତତ୍ତ୍ଵାବଧାନରେ ନୂଆଗାଁ କ୍ଳଷ୍ଟର ରେ,ସି ଆର୍ ସି ସି ନିମେ଼ଇ ଚରଣ ସାହୁ ଙ୍କ ତତ୍ତ୍ଵାବଧାନରେ ସିମିଳି ସାହି କ୍ଳଷ୍ଟରରେ ଏହିପରି ଭାବେ ସମସ୍ତ କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment