BREAKING
Loading...
:

ବଜ୍ରପାତ ରେ ବୃଦ୍ଧଙ୍କ ମୃତ୍ୟୁ

 ବଜ୍ରପାତ ରେ ବୃଦ୍ଧଙ୍କ ମୃତ୍ୟୁ,

  




 ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ପଞ୍ଚାୟତ ରେ ସୋମବାର ମଧ୍ୟାହ୍ନ ସମୟ ରେ ବଜ୍ରପାତ ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଙ୍କ ନାମ ଶିବ ପ୍ରସାଦ ନାୟକ(୬୩) ଓ ତାଙ୍କ  ଘର ମଧ୍ୟଖଣ୍ଡ ବଙ୍କା ମୁଣ୍ଡ ସାହି ଗ୍ରାମରେ ବୋଲି ଜଣା ପଡ଼ିଛି । ଶିବ ମଧ୍ୟଖଣ୍ଡ ନିକଟ ସାହାଡ଼ା ଦାଣ୍ଡି ଠାରେ ଛେଳି ଚରାଉ ଥିବା ବେଳେ  ବଜ୍ରପାତ ର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ପରିବାର ଲୋକ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନା କୁଆଣିଥିଲେ  । ଏହି ଘଟଣା ରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶିବ ଙ୍କ ସବ କୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରତିଶ୍ରୁତି ଦେଇ ଛନ୍ତି ।  ଶିବ ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି । 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,

Post a Comment

Previous Post Next Post
Header ADS