BREAKING
Loading...
:

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗୋଷ୍ଟି ଶିକ୍ଷା ଅଧିକାରୀ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ।

 ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗୋଷ୍ଟି ଶିକ୍ଷା ଅଧିକାରୀ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ।




ବଲାଙ୍ଗୀର( ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ଗୋଷ୍ଟି ଶିକ୍ଷା ଅଧିକାରୀ ରାଘବ ପାଣଗ୍ରାହୀ ଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ନଗଦ ଟଙ୍କା ସହ ଗିରଫ କରିଥିବା ଜଣାପଡ଼ିଛି।  ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ  ୧୦  ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ କାବୁ  କରିଛି। ସୁରେଶ ଚନ୍ଦ୍ର ମେହେରଙ୍କ ଠାରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ  ପୂର୍ବରୁ ଦାବି ମୁତାବକ ୧୦ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ପୂର୍ବରୁ ଯୋଜନା ବଦ୍ଧ ଭାବେ ଜଗିରହିଥିବା ରହିଥିବା ଭିଜିଲାନ୍ସ ଟିମ୍ ହଠାତ୍ ଚଢାଉ କରିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ତତଫରୁ ଏକ ମାମଲା ରୁଜୁ କରି ଘଟଣାର ସବିଶେଷ ତଦନ୍ତ ସହ ପୁର୍ବରୁ କେତେକ କାର୍ଯ୍ୟ ପାଇଁ ବ୍ୟାପକ ଲାଞ୍ଚ ନେଇ ଥିବା ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। 


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS