BREAKING
Loading...
:

ଚିଲିକା ଅଞ୍ଚଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ୍ ଦାସ

 - ଚିଲିକା ଅଞ୍ଚଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ୍ ଦାସ ।

 





ଖୋର୍ଦ୍ଧା (ମଣିଭଦ୍ରା ଖବର) ଓ ଏ ଏସ ପାଇଥିବା ବିଶ୍ୱଜିତ୍ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହିତ ଖୁସିର ଲହରୀ ଦେଖିବାକୁ ମିଳିଛି। ପିଲାଟି ଦିନରୁ ଅନେକ ସଂଘର୍ଷ କରି ଆସିଥିବା ଆଜି ଏ ସ୍ଥାନରେ ପହଞ୍ଚି ପାରିଛନ୍ତି ବିଶ୍ୱଜିତ୍ ଦାସ୍(ଆଶିଷ)। ପିଲାଟି ଦିନରୁ ନିଜ ବାପାଙ୍କୁ ହରାଇଛନ୍ତି ବିଶ୍ୱଜିତ, ମା ସ୍ଵର୍ଣ୍ଣଲତା ଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ।ପୁଅ  ବିଶ୍ୱଜିତ୍ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନଇରି ଗ୍ରାମ ପଞ୍ଚାୟତର ବଡ଼ନଇରି ଗ୍ରାମରେ  ଜନ୍ମ ହୋଇଥିଲେ ( ୧୬/୦୫/୧୯୯୭ ) ତାରିଖରେ ବିଶ୍ୱଜିତ । ଦୁର୍ଭାଗ୍ୟର ବିଷୟ ୧୫ ନଭେମ୍ବର ୨୦୦୧ ରେ ଆର ପାରିକୁ ଚାଲିଗଲେ ବିଶ୍ୱଜିତଙ୍କ ବାପା ବିଜୟ ଦାସ୍ । ସାନ ନଈରୀ ଗ୍ରାମର ଜଣେ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତଙ୍କ ବାପା  ।ନିଜ ଗାଁ ପାଇଁ ଅନେକ କିଛି ଭଲ କାର୍ଯ୍ୟ କରିଯାଇଛନ୍ତି ବିଜୟ ଦାସ , ତେଣୁ ତାଙ୍କର ଆଦର୍ଶକୁ ନେଇ କିପରି ନିଜ ଗୋଡ଼ ରେ ଠିଆ ହୋଇ ନିଜର ସ୍ୱପ୍ନକୁ ସାକାର କରିବା ସେ ନେଇ ଅନେକ ସଂଘର୍ଷ କରି ଆଜି ସଫଳତା ହାସଲ କରିଛନ୍ତି ବିଶ୍ୱଜିତ । ବିଶ୍ୱଜିତଙ୍କ ପାଇଁ ଦୁଃଖଏତେ ମାତ୍ରାରେ ଥିଲାଯେ କେମିତି  କିପରି ପାଠ ପଡ଼ି ମଣିଷ ହେବେ ଓ ସମାଜ ପାଇଁ  ଦେଖିଥିବା ସ୍ୱପ୍ନସାକାର କରିବେ। ଘର ଛାଡ଼ି ଅରବିନ୍ଦ ସ୍କୁଲ କାଳୁପଡ଼ାରେ  ୨୦୧୨ ରେମେଟ୍ରିକ୍ ରେ ୮୯.୬୭%,୨୦୧୪ରେ ପ୍ରାଣନାଥ କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନରେ ୭୦.୩୩%,ପୁଣି ସେହି କଲେଜ ରେ +3 ବିଜ୍ଞାନ ରେ ୨୦୧୮ ରେ ୭୨%,ପରେ ଫକୀର ମୋହନ ବିଦ୍ୟାଳୟରେ ୨୦୨୦ ବିଜ୍ଞାନ ରେ ପିଜି  କରି୭୨% ରଖିବା ପରେ ନିଜର ଭବିଷ୍ୟତ କୁ କିପରି ଉଜ୍ବଳ କରିହେବ ସେ ଦିଗରେ ଧ୍ୟାନଦେଇ ଓ ଏ ଏସ ପାଇଁ ଆରମ୍ଭ କରିଥିଲେ,ଏସବୁ ସଂଘର୍ଷ ପରେ ୨୧ ଅକ୍ତୋବର ଭାଇବା ସରିବା ପରେ ଫଳାଫଳକୁ ଅପେକ୍ଷା କରି ଆଜି ସମସ୍ତ ସଂଘର୍ଷ ହାସଲ କରିଛନ୍ତି । ୦୭/୧୦/୨୦୨୨ ରେ  ଫଳ ପ୍ରକାଶ ପାଇଥିଲା ।ଯେଉଁଥିରେ ସେ ୧୫୧ ନମ୍ବର ରେ ରହିଥିଲେ ବିଶ୍ୱଜିତ ।ପରେ ଗାଁରେ ଖେଳି ଯାଇଥିଲା ଖୁସିର ଲହରୀ ।କାରଣ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନଇରି ପଂଚାୟତ ର ବଡ଼ ନଇରି  ପାଇଁ ଏହା ଥିଲା ଗୌରବ । ଓ ଏ ଏସ ପାଇବା ପରେ ସେ ନିଜ ଗ୍ରାମରେ ଥିବା ବିଭିନ୍ନ ସମସ୍ୟାକୁ କିପରି ଦୂରକରିବା ସହ ଅନେକ କିଛି ଆଶା ରଖି ଥିବା ସୂଚନା ଦେଇଛନ୍ତି। 


ରିପୋର୍ଟ ସଂଗ୍ରାମ ରଣା,ଖୋର୍ଦ୍ଧା 

Post a Comment

Previous Post Next Post
Header ADS