BREAKING
Loading...
:

ଡ୍ରୋନ କ୍ୟାମେରା ସହାୟତାରେ ୨ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ଚିହ୍ନଟ ପରେ ନଷ୍ଟ

 ଡ୍ରୋନ କ୍ୟାମେରା ସହାୟତାରେ ୨ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ଚିହ୍ନଟ ପରେ ନଷ୍ଟ l 





ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା ରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଚାଷ କୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିବା ପାଇଁ ଅଣ୍ଟା ଭିଡିଛି ବୌଦ୍ଧ ଜିଲ୍ଲାର ବନ ବିଭାଗ। ବୌଦ୍ଧ କୁ ସମ୍ପୂର୍ଣ୍ଣ ରୂପେ ଗଞ୍ଜେଇ ଚାଷର ଗଡକୁହାଯାଉଥିବା ବେଳେ କିନ୍ତୁ ଜଙ୍ଗଲ ବିଭାଗ ମଧ୍ୟ ବେଆଇନ୍ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କ ଠାରୁ ବହୁ ଆଗରେ ।ମିଳିଥିବା ସୂଚନା ଅନୁଯାୟୀ କେତେକ ଉପାନ୍ତ ଜଙ୍ଗଲ ଗୋଚର ଜମିକୁ ଅକ୍ତିଆର କରି ଗଞ୍ଜେଇ ମାଫିଆ ମାନେ ଚାଷ କରୁଥିବା ବେଳେ ବନ ବିଭାଗ ମଧ୍ୟ ତାଙ୍କୁ ଉଚିତ୍ ଜବାବ୍ ଦେଇ ଡ୍ରୋନ କ୍ୟାମେରା ର ସହାୟତା ନେଇ ଚାଷ ସ୍ଥାନ ନିରୂପଣ  କରି ଗଞ୍ଜେଇ ଚାଷ ନଷ୍ଟ କରିବାରେ ସକ୍ଷମ ହୋଇଛି।ଗତକାଲି ମନମୁଣ୍ଡା ବନାଞ୍ଚଳ ତଥା ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ମନ ମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମାର ,ପୁରୁଣା କଟକ ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ , ବୌଦ୍ଧ ବନାଞ୍ଚଳ ଅଧିକାରୀ ଏମ ପ୍ରସାଦ ରାଓ ,ଫରେଷ୍ଟର ଦେବକାନ୍ତ ବେହେରା,ପ୍ରକାଶ ଚନ୍ଦ୍ର ସେଠୀ,କଣ୍ଟାମାଳ ବନାଞ୍ଚଳ ବନ ବିଭାଗର ସମସ୍ତ ଫରେଷ୍ଟ ଗାର୍ଡ ଓ ଏପିଆର୍ ଫୋର୍ସ ଏକତ୍ର ଚଢ଼ାଉ କରି ୨ ହେକ୍ଟର ଜମିରେ ହୋଇଥିବା ୧୨୦୦୦  ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ସୂଚନା ମିଳିଛି।ଏପରି ଚଢ଼ାଉ ଆଗକୁ ଜାରିରହିବ ବୋଲି ମନମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମାର ସୂଚନା ଦେଇଛନ୍ତି।

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS