କାପ୍ତାପଲ୍ଲୀ ପଞ୍ଚାୟତ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ
ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଳୀ ପଞ୍ଚାୟତ ରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମା ଘାଗୁଡ଼ିଦେବି ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଏଠି ତୋର ଦୋଷ ନା ମୋର ଦୋଷ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମଞ୍ଚସ୍ଥ ନାଟକକୁ ଉଦଘାଟନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। କାପ୍ତାପଲ୍ଲୀ ପଞ୍ଚାୟତ ଏକ ଆଦିବାସୀ ପଞ୍ଚାୟତ ହୋଇଥିଲେ ମଧ୍ୟ ଯୁବକ ମାନଙ୍କ ନେତୃତ୍ୱ,ବିକାଶ ପାଇଁ ସ୍ବପ୍ନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ପାଇଁ ପରଷ୍ପର ମଧ୍ୟରେ ସହଯୋଗ ପ୍ରଶଂସନୀୟ ବୋଲି କହିଥିଲେ ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟା, ସମାଜ ସେବୀ ସୂର୍ଯ୍ୟ ନାରାୟଣ ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଉପ ସଭାପତି ତଥା ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ମାଳିସାହି ପଞ୍ଚାୟତ ସମିତି ସଭ୍ୟା ଙ୍କ ପ୍ରତିନିଧି, ପାରାଢ଼ିପି ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ଙ୍କ ସମେତ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଧାୟକ ପାଣ୍ଠି ରୁ ମା ଦୁର୍ଗା ଙ୍କ ପୂଜା ମଣ୍ଡପ ପାଇଁ ଅର୍ଥ ପ୍ରଦାନ କରିଥିବାରୁ ଅଞ୍ଚଳ ବାସୀ ଦଶପଲ୍ଲା ବିଧାୟକ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସୁଶାନ୍ତ କୁମାର ପଢ଼ିଆରୀ ପରିଚାଳନା କରିଥିଲେ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment