ବଦଳିଲେ ଗଣିଆ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ
ଗଣିଆ ୨୧/୧୦(ମଣିଭଦ୍ରା ଖବର) ଗଣିଆ ବିଡ଼ିଓ ଭାବରେ କାର୍ଯ୍ୟରତ ସିରିୟାଲ ଶୁଭ୍ର ପଟେଲଙ୍କର ବଦଳି ହୋଇଥିବା ଜଣାପଡିଛି । ସେ ପର୍ଜଙ୍ଗ ତହସିଲଦାର ଭାବେ ଯୋଗ ଦେବେ । ତାଙ୍କ ସ୍ଥାନରେ ପର୍ଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର ଗଣିଆ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି । ଶ୍ରୀପଟେଲ ଗଣିଆରେ ଗତ ୩ ବର୍ଷ ଧରି ଗଣିଆରେ କାର୍ଯ୍ୟ କରୁଥିଲେ । ଜଣେ ଶାନ୍ତ,ସରଳ ତଥା ଯୁବ ଅଫିସର ଭାବେ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । କରୋନା ଠାରୁ ଆରମ୍ଭ କରି ବନ୍ୟା, ନିର୍ବାଚନ ସମୟରେ ସେ ନିଜର ପରାକାଷ୍ଠା ପ୍ରତିପାଦନ କରିପାରିଥିଲେ । ତାଙ୍କର କାର୍ଯ୍ୟ ଦକ୍ଷତା ଫଳରେ ସେ ସବୁ ବର୍ଗର ଜନସାଧାରଣ ତଥା ନେତା ମାନଙ୍କର ପ୍ରିୟପାତ୍ର ହୋଇପାରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment