BREAKING
Loading...
:

ବାଲିଗୁଡାରେ ପୁଣି ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ

 ବାଲିଗୁଡାରେ ପୁଣି ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ





ବାଲିଗୁଡା,(ମଣିଭଦ୍ରା ଖବର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ସୂଚନା ଅଧିକାର କର୍ମୀଙ୍କୁ ପୁଣି ଆକ୍ରମଣ l ପୂର୍ବରୁ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦିନ ଦ୍ଵିପ୍ରହରରେ ଗୁଳିକରି ହତ୍ୟା କରାଯାଇଥିଲା। ଏବେ ପୁଣି ଜଣେ ସୂଚନା ଅଧିକାର କର୍ମୀଙ୍କୁ ହୋଟେଲରୁ ଡାକି ନେଇ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି l ଏହି ଘଟଣା ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ସୂଚନା ନୁଯାୟୀ, ବାଲିଗୁଡାର ସୂଚନା ଅଧିକାର କର୍ମୀ ମନୋଜ କୁମାର ପଣ୍ଡା ଦଣ୍ଡପଦର ନିକଟରେ ଥିବା ନିଜ ହୋଟେଲରେ ଥିବା ବେଳେ ରାତି ପ୍ରାୟ ୧୦ଟାରେ ତାଙ୍କୁ କିଛି ଅସାମାଜିକ ଯୁବକ ମାଡ଼ ମାରିଛନ୍ତି । ଏଥିସହିତ ହୋଟେଲର ଚେୟାର ଟେବୁଲ ଓ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି। ଏନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ବାଲିଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତ ଜାରି ରଖିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା, ଜି. କନ୍ଧମାଳ

Post a Comment

Previous Post Next Post
Header ADS