ଦଶପଲ୍ଲା ରେ ମା ମଙ୍ଗଳା ଙ୍କ ଝାମୁଯାତ୍ରା ଅନୁଷ୍ଠିତ
ଦଶପଲ୍ଲା (ମଣିଭଦ୍ରା ଖବର)ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ପରିଷଦ ଅଞ୍ଚଳ ର ୮ ନମ୍ୱର୍ ଜୋନ ପଟାମାଳ ଠାରେ ମା ମଙ୍ଗଳା ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ବିଧାୟକ ଙ୍କୁ ଦଶପଲ୍ଲା ହାଇସ୍କୁଲ ଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ୮ ନମ୍ୱର ୱାର୍ଡ ର ଜନସାଧାରଣ ବାଜା ବାଣ ଫୁଟାଇ ଏକ ବିରାଟ ପଟୁଆର ରେ ପାଛୋଟି ନେଇଥିଲେ । ଏବଂ ବିଧାୟକ ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ
ଦଶପଲ୍ଲା ବ୍ଲକ ଅଧକ୍ଷା ସୁନନ୍ଦା ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ଏନ ଏ ସି ଉପ ଅଧକ୍ଷ କିଶୋର ଚନ୍ଦ୍ର ଦାସ, ଦଶପଲ୍ଲା ବ୍ଲକ ବିଜେଡି ସଭାପତି ସୁଦାମ ନାୟକ ,ସମସ୍ତ ଏନ୍ ଏ ସି କାଉନସିଲର, ଦଶପଲ୍ଲା ବଣିକ ସଂଘ ର ସଭାପତି ଅଲେଖ କୁମାର ସାହୁ
ଏବଂ ୮ ନମ୍ୱର୍ ୱାଡ଼ ର ବହୁ ବୁଦ୍ଧିଜୀବୀ ମଧ୍ଯ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ଥିଲେ।ପରେ ବିଧାୟକ ଶ୍ରୀ ବେହେରା ମଙ୍ଗଳା ମନ୍ଦିର ପାଖରେ ପହଞ୍ଚିବା ପରେ ମା ଙ୍କୁ ଦର୍ଶନ କରିଥିଲେ । ଏବଂ ପରେ ନୂତନ ମଙ୍ଗଳା ମନ୍ଦିର ପାଇଁ ଶୁଭ ମଧ୍ୟ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ଟିକୁ ଗ୍ରାମ ର ମୁଖିଆ ଯଦୁନାଥ ନାଏକ ସମସ୍ତ କାର୍ଯ୍ୟ ର ଦାୟିତ୍ଵ ନିର୍ବାହ କରିଥିବା ବେଳେ ମାଳିସାହି ଓ ପଟାମାଲ ଗ୍ରାମ ର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,


إرسال تعليق