BREAKING
Loading...
:

ବଦଳିଲେ ନୟାଗଡ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ

 ବଦଳିଲେ ନୟାଗଡ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ 



ଭୁବନେଶ୍ବର/ନୟାଗଡ଼ (ମଣିଭଦ୍ରା ଖବର) ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସୋମବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ନୟାଗଡ଼ ଜିଲ୍ଲାପାଳଙ୍କର ବଦଳି ହୋଇଛି। ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଓଡ଼ିଶା ରାଜ୍ୟ ମେଡିକାଲ ନିଗମରେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଡ. ଟୁଡୁ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଭାବେ ୩ ବର୍ଷରୁ ଅଧିକ ସମୟ ହେବ କାର୍ଯ୍ୟ କରିଆସୁଥିଲେ। ଶ୍ରୀମତୀ ଟୁଡୁଙ୍କ ସ୍ଥାନରେ ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ରନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଦାୟିତ୍ବ ମିଳିଛି।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS